ଘୂର୍ଣ୍ଣିବାତ୍ୟା ଫନୀରୁ ରକ୍ଷା ପାଇବା ପାଇଁ ସହାୟକ ହୋଇପାରେ ଏହି ୧୦ ଟିପ୍ସ

Published By : Prameya-News7 Bureau | May 02, 2019 IST

ଏବେ ଧିରେ ଧିରେ ଭୂ-ଭାଗ ଆଡକୁ ଅଗ୍ରସର ହେଉଛି ସାମୁଦ୍ରିକ ଝଡ ଫନୀ । ସମୁଦ୍ରରେ ବାତ୍ୟାର ଗତି ଧିମା ରହିଛି, ହେଲେବି ଫନୀର ଫଣା ମେଲିବାରେ  ଲାଗିଛି ।  ଯାହାର ଆତଙ୍କ ଏବେ  ଦକ୍ଷିଣରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହେଉଛି । ପ୍ରଥମରୁ ବାତ୍ୟାକୁ ନେଇ ଦୁଇଟି ରାଜ୍ୟ ଉପରେ ବିପଦ ଆଶଙ୍କା କରାଯାଉଥିଲା। ହେଲେ ଏବେ ବାତ୍ୟାର ସିଧା ଟାର୍ଗେଟରେ ରହିଛି ଗୋଟିଏ ରାଜ୍ୟ ଓଡିଶା । ତେବେ ଫନୀର ବିତ୍ପାତରୁ ବର୍ତ୍ତିବା ପାଇଁ ଆମର କିଛି ଟିପ୍ସ ଆପଣଙ୍କ ପାଇଁ ସହାୟକ ସାବ୍ୟସ୍ତ ହୋଇପାରେ।

{"id":110094,"width":585,"height":343}

କିପରି ରକ୍ଷା କରିବେ ନିଜକୁ
ବନ୍ୟା ହେଉ କି ବାତ୍ୟା ସବୁ ବେଳେ ନିଜ  ପାଇଁ ପାଖରେ ଏକ କିଟ୍ ପ୍ରସ୍ତୁତ କରି ରଖନ୍ତୁ। ଯେଉଁଥିରେ ପ୍ରାଥମିକ ଉପଚାର ପାଇଁ ଫାଷ୍ଟ ଏଡ୍, ଜରୁରି ଔଷଧ, ଟର୍ଚ୍ଚ, ବ୍ୟାଟେରୀ ଚାଳିତ ରେଡିଓ ଏବଂ ଜରୁରି କାଗଜପତ୍ର ରଖନ୍ତୁ। ଘରେ ଓ କାର୍ଯ୍ୟାଳୟ ଝରକାରେ ଧାତୁ ନିର୍ମିତ ସଟର ଲଗାନ୍ତୁ। ଚେଷ୍ଟା କରନ୍ତୁ ଯେପରି ସବୁ ଜିନିଷ ଘର ଭିତରେ ରହିପାରିବ। ଝଡର ରାସ୍ତାରେ ପ୍ରତିବନ୍ଧକ ହେଉଥିବା ଗଛ ଓ ଅନ୍ୟ ଜିନିଷକୁ ଖାଲି କରିଦିଅନ୍ତୁ ନଚେତ ଝଡ ସବୁ ଉଡାଇନେବ। ନଚେତ ସେସବୁ ତଳେ ଦବି ଲୋକଙ୍କ ଜୀବନ ହାନି ହେବାର ଅନେକ ଆଶଙ୍କା ରହିଛି।  ଝଡତୋଫାନ ବେଳେ ପରିବାର ଲୋକେ ଓ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ରକ୍ଷା କରିବାକୁ ସବୁବେଳେ ଉଦ୍ୟମ କରନ୍ତୁ ।

{"id":110095}

ନିଜ ସହ ନିଜର ପରିଚୟପତ୍ର ନିଶ୍ଚିତ ରଖନ୍ତୁ। ବାତ୍ୟା ଥମିବା ପରେ ତୁରନ୍ତ ଘରୁ ପଦାକୁ ବାହାରି ଯାଆନ୍ତୁ ନାହିଁ। ଖବର ଉପରେ ନଜର ରଖନ୍ତୁ ଓ ଅନ୍ୟକୁ ସହାୟତା କରିବା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ। ପ୍ରାକୃତିକ ବିତ୍ପାତ ପରେ ପିଇବା ପାଣିର ସମସ୍ୟା ଉତ୍କଟ ହୁଏ । ଏଣୁ ଫନୀ ପୂର୍ବରୁ ଘରେ ଉପଲବ୍ଧ ବାଲ୍ଟି, ଗରା, କୁଣ୍ଡ ଓ ଟାଙ୍କିରେ ପରବର୍ତ୍ତି ଆବଶ୍ୟକତାକୁ ଦଷ୍ଟିରେ ରଖି ପାଣି ଭରି ରଖନ୍ତୁ। ଯାହା ବାତ୍ୟା ପରେ କାମରେ ଆସିବ।

{"id":110093,"width":580,"height":302}

ଝଡତୋଫାନ ବେଳେ ସବୁ ବେଳେ ବନ୍ଦ ଘରେ ରହିବାକୁ ଚେଷ୍ଟା କରନ୍ତୁ। ଘରର ଝରକା ଅଥବା କବାଟ ଠାରୁ ଦୂରରେ ରହନ୍ତୁ। ଝଡତୋଫାନ ବେଳେ ଘରର ସମସ୍ତ ବିଦ୍ୟୁତ ଉପକରଣ, ଗ୍ୟାସ ଚୁଲା ସ୍ବିଚ୍ ଅଫ ହୋଇଛି କି ନା ନିଶ୍ଟିତ କରନ୍ତୁ। ଝଡ ପରେ ଗଛ ଭାଙ୍ଗିବା, ବିଦ୍ୟୁତ ତାର ଛିଡିବା ସାଧାରଣ ଘଟଣା । ଏଣୁ ବାତ୍ୟା ଥମିବା ପରେ ସାଙ୍ଗେ ସାଙ୍ଗେ ଭଙ୍ଗା ଗଛ ସଫା ସୁତୁରା କରିବାରେ ଲାଗନ୍ତୁନି। ସବୁ ସୁନିଶ୍ଚିତ ହେବା ପରେ ଲୋକଙ୍କ ସହାୟତାରେ ଏ ସବୁ ହଟାଇବା କାମ କରାଯାଇପାରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.