Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଶ୍ରୀନଗରରେ ଅଧିକ ୧୦ହଜାର ପାରାମିଲିଟାରୀ ଫୋର୍ସ ମୁତୟନ

24/02/2019 at 11:28 AM

ଶ୍ରୀନଗର ୨୪|୨:   ପୁଲୱାମା ଆତ୍ମଘାତୀ ଆକ୍ରମଣକୁ କେନ୍ଦ୍ର କରି ଏବେ ଜମ୍ମୁ କଶ୍ମୀରରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସୀମାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳୁଛି । ଉଭୟ ପଟୁ ସେନା ମୁତୟନ ବଢ଼ିବାରେ ଲାଗିଛି। ଭାରତ ପଟୁ କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ଆତଙ୍କିତ ହୋଇ ଯାଇଥିବାବେଳେ ପାକିସ୍ତାନ ସେନା ମୁଖ୍ୟ ଏଲଓସି ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଭାରତର ଜବାବି ହମଲା ଭୟରେ ପାକ୍ ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଇତିମଧ୍ୟରେ କଶ୍ମୀରରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଧିକ ୧୦ ହଜାର ସୈନ୍ୟ ଶ୍ରୀନଗରରେ ମୁତୟନ ହୋଇଛନ୍ତି। ପୂରା ଜମ୍ମୁକଶ୍ମୀରରେ ହାଇଆଲର୍ଟ ଜାରି ହୋଇଛି।

ଆସନ୍ତା ସୋମବାରଠାରୁ ସୁପ୍ରିମକୋର୍ଟରେ ଧାରା ୩୫(ଏ) ନେଇ ଶୁଣାଣି ଆରମ୍ଭ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଯଦି ସୁପ୍ରିମକୋର୍ଟ ଧାରା ୩୫-ଏକୁ ହଟାଇବେ କିମ୍ବା ଏଥିରେ ପରିବର୍ତ୍ତନ ଆଣିବାକୁ ରାୟ ଦେବେ ତା’ହେଲେ କଠୋରପନ୍ଥୀମାନେ କଶ୍ମୀରରେ ପ୍ରବଳ ହିଂସାକାଣ୍ଡ ଘଟାଇବା ଆଶଙ୍କା ରହିଛି।

ଅନ୍ୟପଟେ ବିଭିନ୍ନ ଆତଙ୍କବାଦୀ ସଂଗଠନ ଦ୍ବାରା ଧମକ ମିଳିଥିବାରୁ ଏହାର ମୁକାବିଲା ପାଇଁ ସୁରକ୍ଷା ବାହିନୀ ଅଣ୍ଟା ଭିଡ଼ିଛି। ପୋଲିସ- ସେନା-ସିଆରପିଏଫର ମିଳିତ ବୈଠକରେ ଏ ସଂକ୍ରାନ୍ତ ରଣନୀତି ତୟାର ହୋଇଛି ।

   Related Posts