କେଦାରନାଥ ବିପର୍ଯ୍ୟୟରେ ନିଖୋଜ ଲୋକଙ୍କ ନର କଙ୍କାଳ ଖୋଜିବାକୁ ଗଠନ ହେଲା ୧୦ଟି ଟିମ, ୪ ଦିନ ଚାଲିବ ଅଭିଯାନ

Published By : Prameya-News7 Bureau | September 16, 2020 IST

ରୁଦ୍ରପ୍ରୟାଗ ୧୬/୦୯ : ୨୦୧୩ ମସିହାରେ ଉତ୍ତରାଖଣ୍ଡ କେଦାରନାଥରେ ଆସିଥିବା ବିପର୍ଯ୍ୟୟରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଅନେକ ଲୋକ ନିଖୋଜ ହୋଇଥିଲେ ଯେଉଁମାନଙ୍କର ଆଜି ସୁଦ୍ଧା କୌଣସି ପତା ମିଳିଲାନାହିଁ । ବର୍ତ୍ତମାନ ନିଖୋଜ ଲୋକଙ୍କ କଙ୍କାଳ ଖୋଜା ଯିବ । ଏଥିପାଇଁ ୧୦ଟି ଟିମ ଗଠନ କରାଯାଇଛି । ପୋଲିସ ଅଧିକ୍ଷକ ନବନୀତ ସିଂହ ଭୁଲ୍ଲର ବୁଧବାର ଦିନ ସୋନପ୍ରୟୋଗରେ ଟିମଗୁଡିକ ସହ ଆଲୋଚନା ପରେ ଟିମ କେଦାରନାଥ ଗସ୍ତରେ ବାହାରିଛନ୍ତି ।

{"id":330461,"sizeSlug":"large"}

ଏସପି କେଦାରନାଥରେ ରହି ଟିମଗୁଡିକୁ ଗାଇଡ଼ କରିବେ । ଜଣେ ଉପ ନିରୀକ୍ଷକ ପ୍ରତ୍ୟେକ ଟିମର ନେତୃତ୍ୱ ନେବେ । ପ୍ରତ୍ୟେକ ଟିମରେ ୨ଜଣ ଆରକ୍ଷୀ ଜନପଦ ପୋଲିସ ଏବଂ ୨ ଆରକ୍ଷୀ ଏସଡିଆରଏଫ ଓ ଜଣେ ଫାର୍ମାସିଷ୍ଟ ନିୟୋଜିତ କରାଯାଇଛି ।

{"id":330455,"sizeSlug":"large"}

ଏସପି ନବନୀତ ସିଂହ କହିଛନ୍ତି ଯେ, କେଦାରନାଥ ବିପର୍ଯ୍ୟୟରେ ନିଖୋଜ ଥିବା ଲୋକଙ୍କ ମୃତ ଶରୀର, ନର କଙ୍କାଳ ଖୋଜିବା ପାଇଁ ୪ ଦିବସୀୟ ତଲାସୀ ଅଭିଯାନ ଜାରି କରାଯାଇଛି । ଗଠନ ହୋଇଥିବା ଟିମରେ ରୁଦ୍ରପ୍ରୟାଗରୁ ୩ ଉପ ନିରୀକ୍ଷକ, ୮ ଆରକ୍ଷୀ, ଚମୋଲିରୁ ୨ ଉପ ନିରୀକ୍ଷକ, ୬ ଆରକ୍ଷୀ, ପୋୖଡିରୁ ୨ ଉପନିରୀକ୍ଷକ, ୬ ଆରକ୍ଷୀ, ଏସଡିଆରଏଫରୁ ୩ ଉପନିରୀକ୍ଷକ, ଜଣେ ମୁଖ୍ୟ ଆରକ୍ଷୀ ଓ ୧୯ ଆରକ୍ଷୀ ତଥା ୧୦ ଫାର୍ମାସିଷ୍ଟ ସହ ମୋଟ ୬୦ ଜଣ ଏହି ଅଭିଯାନରେ ସାମିଲ ହେବେ । ପ୍ରତ୍ୟେକ ଟିମକୁ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାମ୍ପିଙ୍ଗ ଟେଣ୍ଟ, ମ୍ୟାଟ୍ସ, ସ୍ଲିପିଂ ବ୍ୟାଗ, ରାସନ ସାମଗ୍ରୀ, ଆବଶ୍ୟକ ସୁରକ୍ଷା ଉପକରଣ, ୱେୟାରଲେସ ସେଟ, ଫଟୋ ଭିଡିଓଗ୍ରାଫି ପାଇଁ କ୍ୟାମେରା ଉପଲବ୍ଧ କରାଯାଇଛି । ସବୁ ମାର୍ଗ ପାଇଁ ଗୁଗଲ ମ୍ୟାପ ମଧ୍ୟ ଉପଲବ୍ଧ କରାଯିବ ।

{"id":330456,"sizeSlug":"large"}

ସୂଚନାଯୋଗ୍ୟ ଯେ, ୨୦୧୩ ମସିହା ଜୁନ ୧୬/୧୭ ତାରିଖରେ କେଦାରନାଥ ବନ୍ୟା ବିପର୍ଯ୍ୟୟରେ ଅନେକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ନିଖୋଜ ମଧ୍ୟ ହୋଇଥିଲେ । ୭ ବର୍ଷ ପରେ ମଧ୍ୟ ନିଖୋଜ ଲୋକଙ୍କ ପତା ନ ମିଳିବାରୁ ନର କଙ୍କାଳ ଖୋଜିବାକୁ ଅଭିଯାନ ଆରମ୍ଭ ହୋଇଛି । ଲୋକେ ଜୀବନ ବଞ୍ଚାଇବା ପାଇଁ ଜେଡରନାଥରୁ ବିଭିନ୍ନ ଟ୍ରେକିଙ୍ଗ ରୁଟର ସାହାରା ନେଇଥିଲେ । ଅନେକ ଲୋକ ରାସ୍ତା ଭୁଲି ଯାଇଥିଲେ ଏବଂ ଖାଇବାକୁ ନ ପାଇ ମୃତ୍ୟୁବରଣ କରିଥିଲେ ।

{"id":330457,"sizeSlug":"large"}

ବିପର୍ଯ୍ୟୟ ପରେ ଏବେ ସୁଦ୍ଧା ହଜାର ହଜାର ଲୋକଙ୍କ ଶବ ମିଳିନି । ସେଥିପାଇଁ ନର କଙ୍କାଳ ଖୋଜି ଡିଏନଏ ଯାଞ୍ଚ କରାଯିବ । ଏହା ପୂର୍ବରୁ ମଧ୍ୟ ବିପର୍ଯ୍ୟୟରେ ନିଖୋଜ ହୋଇଥିବା ଲୋକଙ୍କ ନର କଙ୍କାଳ ଖୋଜି ଡିଏନଏ ଯାଞ୍ଚ କରାଯାଇଥିଲା । ନର କଙ୍କାଳମାନଙ୍କ ଡିଏନଏ ଯାଞ୍ଚ ପରେ ରୀତିନୀତି ଅନୁଯାୟୀ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.