ଅସ୍ତରଙ୍ଗରେ ଡ଼ଲଫିନ୍ ଗଣନା ଆରମ୍ଭ ; ୧୦ଟି ଟିମ୍ ନିୟୋଜିତ
19/01/2019 at 3:22 PM

କୋଣାର୍କ ୧୯|୧: କୋଣାର୍କ ଅସ୍ତରଙ୍ଗରେ ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ପୁରୀ ଡିଏଫ୍ ଅଧିନରେ ୧୦ ଟି ଟିମ୍ ଏହି ଗଣନାରେ ସାମିଲ ହୋଇଛନ୍ତି । ଅସ୍ତରଙ୍ଗ, କୋଣାର୍କ,ବ୍ରହ୍ମଗିରୀରେ ୫ଟିମ୍ ,ସମୁଦ୍ରମଧ୍ୟରେ ୨ଟି ଟିମ୍ ସମୁଦ୍ରକୂଳରେ ୩ଟି ଟିମ ଏହି ଗଣାନାରେ ସାମିଲ ହୋଇଛନ୍ତି । ଅତ୍ୟାଧୂନିକ ବାଇନାକୁଲର ଓ କ୍ୟାମେରା ଦ୍ବାରା ଏକ୍ସପର୍ଟ ମାନେ ଗଣନା କରୁଛନ୍ତି ।

ସକାଳୁ ପ୍ରବଳ କୁହୁଡି ହେତୁ ଡ଼ଲଫିନ ଗଣନାରେ ବାଧା ଉପୁଜିଥିଲା । ଅସ୍ତରଙ୍ଗ ଦେବୀ ନଇଁ ମୁହାଣ ଓ କେଳୁଣୀ ମୁହାଣରେ ଦୁଇଟି ଟିମ୍ ବୋଟରେ ଲଙ୍ଗଳ ପକାଇ ଜଗିରହିଛନ୍ତି । ପ୍ରବଳ କୁହିଡ଼ି ପଡିରହିଥିବାରୁ ଗଣନା ବିଳମ୍ବ ହେଉଛି ବୋଲି ଡିଏଫଓ କହିଛନ୍ତି ।