Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନିଆଁ ଲଗାଇଥିଲା ପଦ୍ମାବତ, ପେଡ ମ୍ୟାନ କିଣିଥିଲା ମନ ଆଉ ରୋମାଂଚିତ କରିଥିଲା ସ୍ତ୍ରୀ, ସଂଜୁ ଓ ରାଜି ବି ଥିଲା ଟପରେ

30/12/2018 at 3:52 PM

ମୁମ୍ବାଇ୩୦|୧୨: ସାଧାରଣତଃ ଗୋଟିଏ ଫିଲ୍ମ କେତେ ଚାଲିବ ଏବଂ ଦର୍ଶକ ଏହାକୁ କେତେ ପସନ୍ଦ କରିବେ ତାହା ନିର୍ଭର କରିଥାଏ ଫିଲ୍ମର କାହାଣୀ ଉପରେ | କିନ୍ତୁ ତାହା ଜଣାପଡେ ଫିଲ୍ମ ରିଲିଜ ହେବାପରେ | ଆସନ୍ତୁ ଜାଣିବା ୨୦୧୮ରେ କେଉଁ ଫିଲ୍ମ ଦର୍ଶକଙ୍କ ମନ କିଣିଥିଲେ |

ପଦ୍ମାବତ – ଜାନୁଆରୀ ୨୫ ତାରିଖରେ ମୁକ୍ତିଲାଭ କରିଥିଲା ସଞ୍ଜୟ ଲୀଳା ଭନସାଲିଙ୍କ “ପଦ୍ମାବତ” | ଏଥିରେ ଅଭିନୟ କରିଥିଲେ ସାହିଦ କପୁର, ଦୀପିକା ପାଦୁକୋନ ଏବଂ ରଣବୀର ସିଂହ | ଫିଲ୍ମ ରିଲିଜକୁ ନେଇ ଅନେକ ଝଡଝଞ୍ଜା ଦେଖାଦେଇଥିଲା | ତଥାପି ଫିଲ୍ମ ରିଲିଜ ହୋଇଥିଲା ଏବଂ ଦର୍ଶକ ଫିଲ୍ମକୁ ମନଭରି ଉପଭୋଗ କରିଥିଲେ |

ପେଡମ୍ୟାନ – ଫେବୃଆରୀ ୯ ତାରିଖରେ ପରଦାକୁ ଆସିଥିଲା ଅକ୍ଷୟ କୁମାରଙ୍କ ଅଭିନୀତ ପେଡମ୍ୟାନ | ଫିଲ୍ମର ନିର୍ଦେଶନା ଦେଇଥିଲେ ଆର.ବଲ୍କି | ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ ସୋନାମ କପୁର ଏବଂ ରାଧିକା ଆପ୍ତେ | ସ୍ତ୍ରୀ ମାନଙ୍କର ମାସିକ ଧର୍ମ ଉପରେ ସମାଜରେ ସଚେତନତା ସୃଷ୍ଟି କରିବ ଥିଲା ଫିଲ୍ମର ଲକ୍ଷ୍ୟ | ତେବେ ଦର୍ଶକ ଏହି ଫିଲ୍ମର ବହୁତ ପ୍ରଶଂସା କରିଥିଲେ |

ରାଜି – ମେ ୧୧ ତାରିଖରେ ପରଦାକୁ ଆସିଥିଲା ମେଘନା ଗୁଲଜାରଙ୍କ ନିର୍ଦେଶିତ ଫିଲ୍ମ “ରାଜି” | ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆଲିଆ ଭଟ୍ଟ | ଫିଲ୍ମଟି ଦେଶ ଭକ୍ତି ଉପରେ ଆଧାରିତ ଥିଲା | ଆଲିଆଙ୍କ ଅଭିନୟ ଏଥିରେ ଦର୍ଶକଙ୍କୁ ବ୍ୟାହତ ପସନ୍ଦ ଆସିଥିଲା |

ସଂଜୁ – ଜୁନ ୨୯ ତାରିଖରେ ପରଦାକୁ ଆସିଥିଲା ରାଜକୁମାର ହିରନୀଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ “ସଂଜୁ” | ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରଣବୀର କପୁର | ଫିଲ୍ମଟି ସଞ୍ଜୟ ଦତ୍ତଙ୍କ ଜୀବନି ଉପରେ ଆଧାରିତ ଥିଲା | ରଣବୀର କପୁର ଏହି ଫିଲ୍ମରେ ନିପୁଣ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା | ଫିଲ୍ମଟି ବକ୍ସ ଅଫିସରେ ବହୁତ ରୋଜଗାର କରିଥିଲା |

ସ୍ତ୍ରୀ – ଅଗଷ୍ଟ ୩୧ ତାରିଖରେ ପରଦାକୁ ଆସିଥିଲା ରାଜକୁମାର ରାଓଙ୍କ ଅଭିନୀତ ଭୁତ ଫିଲ୍ମ “ସ୍ତ୍ରୀ” | ଫିଲ୍ମର ନିର୍ଦେଶନା ଦେଇଥିଲେ ଅମର କୌଶିକ | ଫିଲ୍ମରେ ରାଜକୁମାର ରାଓଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଶ୍ରଦ୍ଧା କପୁର | ଫିଲ୍ମ ଏକ ଭୁତ କାହାଣୀ ଉପରେ ଆଧାରିତ ହୋଇଥିଲେ ସୁଦ୍ଧା ଦର୍ଶକ ଫିଲ୍ମର ମଜା ଉଠାଇଥିଲେ |

ସୁଈ ଧାଗା – ଚଳିତ ବର୍ଷ ଅନ୍ୟତମ ହିଟ ଫିଲ୍ମ ହେଉଛି “ସୁଈ ଧାଗା” | ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା | ସେପ୍ଟେମ୍ବର ୨୮ ତାରିଖରେ ରିଲିଜ ହୋଇଥିବା ଏହି ଫିଲ୍ମର ନିର୍ଦେଶନା ଦେଇଥିଲେ ଶରତ କଟାରିୟା | ଫିଲ୍ମର କାହାଣୀ ବେଶ ଚର୍ଚ୍ଚିତ ଥିଲା ଏବଂ ଦର୍ଶକଙ୍କ ମନ ମୋହିଥିଲା | ଫିଲ୍ମରେ ଏକ ଗରିବ ପରିବାରର ସଂଘର୍ଷକୁ ନୁଖୁନ ଭାବେ ଦର୍ଶାଯାଇଥିଲା |

ଅନ୍ଧାଧୁନ – ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ପରଦାକୁ ଆସିଥିଲା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ “ଅନ୍ଧାଧୁନ” | ଫିଲ୍ମରେ ଆୟୁଷ୍ମାନ ଏକ ଅନ୍ଧର ଅଭିନୟ କରିଥିଲେ | ଫିଲ୍ମ ଦର୍ଶକଙ୍କ ମନ ଆକୃଷ୍ଟ କରିଥିଲା | ଫିଲ୍ମର ନିର୍ଦେଶନା ଦେଇଥିଲେ ଶ୍ରୀରାମ ରାଘବନ | ଫିଲ୍ମରେ ନେଗେଟିଭ ରୋଲରେ ଅଭିନୟ କରିଥିଲେ ତବୁ | ଫିଲ୍ମଟି ରୋମାଞ୍ଚକର ଥିଲା |

ବଧାଇ ହୋ – ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖରେ ରିଲିଜ ହୋଇଥିଲା “ବଧାଇ ହୋ” | ଫିଲ୍ମର ନିର୍ଦେଶନା ଦେଇଥିଲେ ଅମିତ ଶର୍ମା | ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆୟୁଷ୍ମାନ ଖୁରାନା | ଫିଲ୍ମର କାହାଣୀ ଟିକେ ଅଲଗା ପ୍ରକାର ଥିଲା | ଫିଲ୍ମ ବକ୍ସ ଅଫିସ ହିଟ ହେବା ସହ ଦର୍ଶକଙ୍କ ମନ କିଣିଥିଲେ |

କେଦାରନାଥ – ଡିସେମ୍ବର ୭ ତାରିଖରେ ପରଦାକୁ ଆସିଥିଲା “କେଦାରନାଥ” | ଫିଲ୍ମର ନିର୍ଦେଶନା ଦେଇଛନ୍ତି ଅଭିଷେକ କପୁର | ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନ | ୨୦୧୩ ମସିହା ଜୁନ ମାସରେ ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଉପରେ ଫିଲ୍ମର କାହାଣୀ ଆଧାରିତ | ତେବେ କେଦାରନାଥ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା | 

ସିମ୍ବା – ଡିସେମ୍ବର ୨୮ ତାରିଖରେ ରିଲିଜ ହୋଇଛି ଚଳିତ ବର୍ଷର ବ୍ଲକବ୍ଲଷ୍ଟର ଫିଲ୍ମ “ସିମ୍ବା” | ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂହ ଏବଂ ସାରା ଅଲି ଖାନ | ୩ ଦିନରେ ସିମ୍ବା ଧମାକା ମଚେଇ ଦେଇଛି | ଦର୍ଶକ ଫିଲ୍ମର ବହୁତ ପ୍ରଶଂସା କରୁଛନ୍ତି | ତେବେ ସିମ୍ବା ଚଳିତ ବର୍ଷର ଶେଷ ଫିଲ୍ମ |

ଅନ୍ଧାଧୁନ ଏବଂ ବଧାଇ ହୋ ପାଇଁ ଆୟୁଷ୍ମାନ ଖୁରାନାଙ୍କୁ ଆକ୍ଟର ଅଫ ଦ ଇୟର ପୁରସ୍କାର ମିଳିଛି | ରଣବୀର କପୁରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି |

   Related Posts