ସ୍କୁଲ ବାଥରୁମରେ ଶିଶୁକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ ; ପଡୋଶୀ କରୁଥିଲା ଦୁଷ୍କର୍ମ

Published By : Prameya-News7 Bureau | November 27, 2018 IST

ଦିଲ୍ଲୀର ଏକ ସରକାରୀ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେବା ଘଟଣା ସାମ୍ନାକୁ ଆସିଛି | ଛାତ୍ରୀ ଜଣକ ସ୍କୁଲର ବାଥରୁମରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି | ତଦନ୍ତ ପରେ ଜଣାପଡିଥିଲା ଯେ, ପଡୋଶୀର ଜଣେ ୫୧ ବର୍ଷ ବୟସ୍କ ଅଟୋ ଚାଳକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରୁଥିଲା | ହସ୍ପିଟାଲ ପ୍ରଶାସନ ତରଫରୁ ଏହି ମାମଲା ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା | ଅଭିଯୁକ୍ତ ଅଟୋ ଚାଳକ ଜଣକ ହେଲା ବିହାରଏଅ ଅବଦୁଲ ଗଫର | ଅଭିଯୁକ୍ତ ଛାତ୍ରୀଙ୍କ ସହ ୪-୫ ଥର ଦୁଷ୍କର୍ମ କରିଥିଲା | ସେ ପୀଡିତାଙ୍କୁ ଟଙ୍କା ଲୋଭ ଦେଖାଇ ତାଙ୍କ ସହ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା | ପୀଡିତା ସ୍କୁଲ ବାଥରୁମରେ ଏକ ଶିଶୁକୁ ଜନ୍ମ ଦେଇଥିଲେ | ପୀଡିତା ଯେଉଁଦିନ ଶିଶୁକୁ ଜନ୍ମ ଦେଇଥିଲେ ସେଦିନ ତାଙ୍କର ପରୀକ୍ଷା ଥିଲା | ସେ ପରୀକ୍ଷା ଦେବା ପାଇଁ ସ୍କୁଲ ଯାଇଥିଲେ | ଡିସିପି କହିଛନ୍ତି ଯେ, ପୀଡିତା ଗର୍ଭବତୀ ଥିବା ତାଙ୍କ ପରିବାରଲୋକେ ମଧ୍ୟ ଜାଣିପାରିନଥିଲେ | ପରିବାରଲୋକେ ଭାବୁଥିଲେ ଗ୍ୟାସ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଛାତ୍ରୀଙ୍କ ପେଟ ଫୁଲିଯାଇଛି | ପୀଡିତାଙ୍କ ପେଟ ଅଧିକ ଫୁଲିବା ପରେ ଅଭିଯୁକ୍ତ ତାଙ୍କୁ ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଦେଇଥିଲା | ଔଷଧ ଖାଇବା ପରେ ପୀଡିତାଙ୍କ ସମୟ ପୂର୍ବରୁ ପ୍ରସବ ହୋଇଯାଇଥିଲା | ଘଟଣା ପରେ ପୀଡିତାଙ୍କୁ ଏବଂ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି | ଫେରାର ଅଟୋ ଚାଳକକୁ ପୋଲିସ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.