ବାୟୁସେନାର ଵାଲାକୋଟ ଅପରେସନ ବେଳେ ଯଦି ରାଫେଲ ବିମାନ ଥାଆନ୍ତା ତାହେଲେ କ'ଣ ହୋଇଥାନ୍ତା : ଜାଣନ୍ତୁ ରାଫେଲ ଯୁଦ୍ଧ ବିମାନ ୧୦ଟି ବିଶେଷତ୍ୱ

Published By : Prameya-News7 Bureau | March 03, 2019 IST

ଦିଲ୍ଲୀ ୩/୩ : ରାଫେଲ ବିମାନକୁ ନେଇ ବହୁଦିନ ହେଲା ଚାଲିଛି ଆରୋପ ପ୍ରତ୍ୟାରୋପ | କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଏଭଳି ସ୍ଥିତିରେ ଯଦି ଏହି ଯୁଦ୍ଧ ବିମାନ ଥାଆନ୍ତା ତା'ହେଲେ ଆଜି ପରିଣାମ ଆଉ କିଛି ହୋଇଥାନ୍ତା | ଦେଶ ଆଜି ଗୋଟିଏ ସ୍ୱରରେ କହୁଛି ଯଦି ଆଜି ରାଫେଲ ବିମାନ ଥାଆନ୍ତା ତା'ହେଲେ କ'ଣ ହୋଇଥାନ୍ତା ?ଏହି ବିମାନରେ କ'ଣ ରହିଛି ବିଶେଷତ୍ୱ | ରାଫେଲ ଯୁଦ୍ଧ ବିମାନରେ ଯେଉଁ ବିଶେଷତ୍ୱ ରହିଛି ତାହା ପାକିସ୍ତାନର ଏଫ-୧୬ ବିମାନରୁ ମଧ୍ୟ ଭୟଙ୍କର |

{"id":90337}


ଆସନ୍ତୁ ଜାଣିବା ରାଫେଲ ବିମାନର ୧୦ଟି ବିଶେଷତ୍ୱ :
୧. ରାଫେଲ ୨ଟି ଇଂଜିନ ଯୁକ୍ତ ଯୁଦ୍ଧ ବିମାନ | ଏହି ବିମାନ ଭାରତୀୟ ବାୟୁସେନାର ପ୍ରଥମ ପସନ୍ଦ | ଏହି ବିମାନକୁ ସବୁ ପ୍ରକାର ମିଶନ ପାଇଁ ବ୍ୟବହାର କରାଯାଇପାରେ |
୨. ରାଫେଲ ଅତ୍ୟାଧୁନିକ ଅସ୍ତ୍ର ଯୁକ୍ତ ଏକ ମେଟେଅର ମିସାଇଲ |
୩. ରାଫେଲ ୧୫୦ କି:ମି: ବିୟଣ୍ଡ ଭିଜୁଆଲ ରେଞ୍ଜ ମିସାଇଲ | ଆକାଶ ମାର୍ଗରୁ ତଳକୁ ଯାଉଥିବା ସ୍କେଲ୍ପ ମିସାଇଲ |
୪. ସ୍କେଲ୍ପ ମିସାଇଲର ରେଞ୍ଜ ୩୦୦ କି:ମି: ଅସ୍ତ୍ର ଷ୍ଟୋରେଜ ପାଇଁ ୬ ମାସ ଗ୍ୟାରେଣ୍ଟି ଥାଏ |
୫. ସର୍ବାଧିକ ଗତି ୨୧୩୦ କି:ମି: ପ୍ରତି ଘଣ୍ଟା ଏବଂ ୩୭୦୦ କି:ମି: ଆକ୍ରମଣ କ୍ଷମତା |
୬. ୧ ମିନିଟରେ ୬୦ ହଜାର ଫୁଟ ଉଚ୍ଚ ଏବଂ ୪.୫ ଜେନେରେସନର ଟ୍ୱିନ ଇଂଜିନ ଯୁକ୍ତ |
୭. ୨୪,୫୦୦ କିଲୋ ଓଜନ ଉଠାଇ ନେଇଯିବାର କ୍ଷମତା ରହିଛି ରାଫେଲର ଏବଂ ୬୦ ଘଣ୍ଟା ଅତିରିକ୍ତ ଉଡ଼ିପାରେ | ୮. ୭୫ ପ୍ରତିଶତ ବିମାନ ସବୁବେଳେ ଅପରେସନ ପାଇଁ ପ୍ରସ୍ତୁତ ଥାଏ | ପରମାଣୁ ଅସ୍ତ୍ର ନେବା ଆଣିବା ପାଇଁ ସକ୍ଷମ |
୯. ଆଫଗାନିସ୍ଥାନ ଏବଂ ଲିବିଆରେ ନିଜ ଶକ୍ତି ପ୍ରଦର୍ଶନ କରିସାରିଛି ରାଫେଲ |
୧୦. ଭାରତୀୟ ବାୟୁସେନା ତରଫରୁ ଅଦଳବଦଳ କରାଯାଇଛି |

{"id":90338}


ରାଫେଲ ଯୁଦ୍ଧ ବିମାନର ସବୁଠାରୁ ବଡ ବିଶେଷତ୍ୱ ହେଲା ଏହା ୧୫୦ କି:ମି: ଦୂରରୁ ଲକ୍ଷ୍ୟ ଭେଦ କରିପାରେ | ଉଦାହରଣ ସ୍ୱରୂପ- ଯଦି ଵାଲାକୋଟ ସ୍ଥିତ ଜୈସ-ଏ-ମହମ୍ମଦର ଶିବିରକୁ ଧ୍ବଂସ କରିବାକୁ ଅଛି ତାହେଲେ ପାକିସ୍ତାନ ସୀମାକୁ ପ୍ରବେଶ କରିବା ଆବଶ୍ୟକ ନାହିଁ |

{"id":90341}


ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଡିଲକୁ ନେଇ ମୋଦିଙ୍କୁ ସବୁବେଳେ ଟାର୍ଗେଟ କରିଥାନ୍ତି | ସେ ଅଭିଯୋଗ କରିଛନ୍ତି ଯେ, ଏହି ଡିଲରେ ମୋଦି ଦୁର୍ନୀତି କରିଛନ୍ତି | ସରକାର ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି | ତଥାପି ମୋଦିଙ୍କ ପିଛା ଛାଡ଼ୁନାହାନ୍ତି ରାହୁଲ | ରାହୁଲ ଗାନ୍ଧୀ ଏକ ଟ୍ୱିଟ କରି କହିଛନ୍ତି ଯେ, ପ୍ରିୟ ପ୍ରଧାନମନ୍ତ୍ରୀ, ଆପଣଙ୍କୁ କ'ଣ ଲାଜ ନାହିଁ ? ଆପଣ ୩୦ ହଜାର କୋଟି ଟଙ୍କା ଚୋରି କରି ଅନିଲ ଅମ୍ବାନୀଙ୍କୁ ଦେଇ ଦେଇଛନ୍ତି | ରାଫେଲ ବିମାନ ଆସିବା ପାଇଁ ଯେଉଁ ବିଳମ୍ବ ହେଉଛି ସେଥିପାଇଁ କେବଳ ମୋଦି ଦାୟୀ ବୋଲି ଟ୍ୱିଟରେ କହିଛନ୍ତି ରାହୁଲ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.