ବାରୁଦ ନିଆଁରେ ପୋଡି ୧୦ ଜଣ ଶିଶୁ ଆହତ

Published By : Prameya-News7 Bureau | December 13, 2019 IST

ଯାଜପୁର ୧୩।୧୨ - ଯାଜପୁର କୁଆଖିଆ ମଧୁବନ ମିର୍ଜାପୁର ଗାଁରେ ବାରୁଦ ନିଆଁରେ ପୋଡି ୧୦ ଜଣ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଁର କିଛି ଶିଶୁ ବାରୁଦ ଆଣି ସେଥିରେ ଅଗ୍ନି ସଂଯୋଗ କରିଥିଲେ । ହଠାତ ବାରୁଦ ନିଆଁ ଶିଶୁମାନଙ୍କ ଉପରେ ପଡିଥିଲା । ଗାଁ ଲୋକେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶିଶୁମାନେ ବାରୁଦ କେଉଁଠୁ ପାଇଲେ ସେ ନେଇ କୌଣସି ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.