Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରାରୁ ଉର୍ଦ୍ଧ୍ୱ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

12/03/2021 at 6:13 PM

ଭଦ୍ରକ, ୧୨/୦୩: ଅଗ୍ନିକାଣ୍ଡରେ ୩ଟି ପରିବାରର ୧୦ ବଖରା ଘର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,  ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗ ତୁଣ୍ଡା ନରସିଂହପୁରରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଉକ୍ତ  ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନା, ନବ କିଶୋର ଜେନା ଓ ବିଷ୍ଣୁ ଚରଣ ଜେନାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା ।

ନିଆଁ ଲାଗିବା ଦେଖି ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । କିନ୍ତୁ ଘରେ ଥିବା ସମସ୍ତ ଆସବାବ ପତ୍ର, ଧାନ, ଚାଉଳ, ଦୁଇ ଚକିଆ ଯାନ ସହ ନଗଦ କିଛି ଟଙ୍କା ଜଳି ପୋଡି ଛାରଖାର ହୋଇଯାଇଥିଲା । ଏମିତିକି ୩୦୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ଜଳି ପୋଡି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି ।

ଗୁହାଳ ଘରେ ଅଗ୍ନିକାଣ୍ଡ ହୋଇଥିବାରୁ, ୭ରୁ ଉର୍ଦ୍ଧ୍ୱ ଗୋରୁ ମଧ୍ୟ ଆହତ ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ବିଦ୍ୟୁତ ସଟ- ସର୍କିଟ ଦ୍ୱାରା ଏଭଳି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ଖବର ପାଇ ଆଗରପଡା ଓ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ପୋଡିଯାଇଥିବା ସମସ୍ତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

   Related Posts