ସାଧାରଣ ବର୍ଗର ଗରିବ ପରିବାରଙ୍କୁ ସରକାରୀ ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ମାମଲା: ମାର୍ଚ୍ଚ ୨୮ରେ ଶୁଣାଣୀ

Published By : Prameya-News7 Bureau | March 11, 2019 IST

ନୂଆଦିଲ୍ଲୀ ୧୧|୩: ସାଧାରଣ ବର୍ଗର ଗରିବ ପରିବାରଙ୍କୁ ସରକାରୀ ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ମାମଲା। ଏହି ମାମଲାକୁ ସାମ୍ବିଧାନିକ ବେଞ୍ଚକୁ ପଠାଯିବକି ନାହିଁ ସେନେଇ ଆଗତ ଆବେଦନଗୁଡିକର ଶୁଣାଣି ମାର୍ଚ୍ଚ ୨୮ରେ ସୁପ୍ରିମକୋର୍ଟ କରିବେ ବୋଲି କହିଛନ୍ତି। ପୂର୍ବରୁ ସରକାରୀ ଚାକିରି ଓ ଶିକ୍ଷାରେ ଗରିବ ସାଧାରଣ ବର୍ଗକୁ ୧୦ ପ୍ରତିଶତ ସଂରକ୍ଷଣ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଥିଲେ। ସରକାରି ଚାକିରି ଓ ଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣରୁ ଅଧିକ ଟପିପାରିବନି ବୋଲି ସୁପ୍ରିମକୋର୍ଟ ରୁଲିଂ ଦେଇଥିଲେ । ଏବେ ସାଧାରଣ ବର୍ଗର ଗରିବପରିବାରଙ୍କୁ ସରକାରୀ ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ସୁପ୍ରିମୋକୋର୍ଟଙ୍କୁ ରୁଲିଂକୁ ଉଲ୍ଲଙ୍ଘନ କରୁଛି ବୋଲି ଆବେଦନକରାରୀ ଆବେଦନରେ ଦର୍ଶାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.