ଭାରତର ଏହି ୧୦ଟି ଜଣାଶୁଣା ରେଡ଼ଲାଇଟ୍ ଏରିଆ, ଯେଉଁଠି ନିର୍ଦ୍ବନ୍ଦରେ ଚାଲେ ଦେହ ବ୍ୟବସାୟ ...ଜାଣନ୍ତୁ ଏହି ରେଡ଼ଲାଇଟ୍ ଏରିଆର କାହାଣୀ

Published By : Prameya-News7 Bureau | February 12, 2019 IST

ଭାରତ ଗୋଟିଏ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଦେଶଭାବେ ପୃଥିବୀରେ ପରିଚିତ । ନାରୀକୁ ମାଆ ଭାବେ ପୂଜା କରୁଥିବା ଏହି ଦେଶରେ ଦେହ ବ୍ୟବସାୟ ବିଗ୍ରହଣଯୋଗ୍ୟ ହୋଇପାରିଛି । ପରଦାରେଷୁ ମାତୃବତ୍ ଅର୍ଥାତ ପର ସ୍ତ୍ରୀ ମାଆ ସହିତ ସମାନ ବୋଲି ଆମ ସଂସ୍କୃତି କହୁଥିବା ବେଳେ ଆଜି ବିଶ୍ଵରେ ଭାରତ ଦେହ ବ୍ୟବସାୟ ପାଇଁ ଚର୍ଚ୍ଚାରେ ଅଛି ।

{"id":84476}

ଦେହବ୍ୟବସାୟ ମହିଳାଙ୍କ ଦୈହିକ ସ୍ଵତନ୍ତ୍ରତା ଉପରେ ଏକ ପ୍ରକାର କଳଙ୍କ । କିନ୍ତୁ ଦେହ ବ୍ୟବସାୟରେ ସାମିଲଥିବା ମହିଳା ଓ ପୁରୁଷ ଦେହ ବ୍ୟବସାୟକୁ ଦୈହିକ ସ୍ଵେଚ୍ଚାଚାର ନା ସ୍ଵାଧିନତା ବୋଲି ବିବେଚନା କରନ୍ତି, ତାହା ହୁଏତ ଆଜିକା ଦିନର ବଡ଼ ପ୍ରଶ୍ନବାଚୀ ?

{"id":84477}

ଭାରତବର୍ଷରେ ଦେହ ବ୍ୟବସାୟର ପେଣ୍ଠସ୍ଥଳୀ କେଉଁ କେଉଁ ଜାଗା .... ଆସନ୍ତୁ ଜାଣିବା ।

ବୁଧବାର ପେଠ ପୁଣେ- ପୁନେର ଏହି ରେଡ଼ଲାଇଟ ଏରିଆରେ ନେପାଳୀ ଯୁବତୀ ମାନେ ଦେହ ବ୍ୟବସାୟରେ ଲିପ୍ତଥାନ୍ତି । ନେପାଳୀ ଯୁବତୀମାନେ ଏହି ଏରିଆରେ ମହଜୁଦ୍ ପରିମାଣରେ ମିଳିଥାନ୍ତି ।

ଗଂଗା ଯମୁନା ନାଗପୁର- ଏହି ରେଡ଼ଲାଇଟ ଏରିଆ ସାରା ମହାରାଷ୍ଟ୍ରରେ ଦେହ ବ୍ୟବସାୟ ପାଇଁ ପ୍ରସିଦ୍ଧ । ଏହି ଦେହ ବ୍ୟବସାୟ ପେଣ୍ଠରେ ଦେହ ବୟବସାୟ ବ୍ୟତିତ ଅପରାଧ ମଧ୍ୟ କିଛି କମ୍ ନଥାଏ ।

{"id":84478}

ଗୋଓ୍ଵାଲିୟର- ଗୋଓ୍ଵାଲିୟର ରେସମପୁରା ଅଂଚଳ ଦେହ ବ୍ୟବସାୟ ପାଇଁ ପ୍ରସିଦ୍ଧ । ଏହି ରେଡ଼ଲାଇଟ ଏରିଆରେ ହାଉସଓ୍ଵାଇଫ, କଲେଜ ଗାର୍ଲ, କଲଗାର୍ଲ ମଧ୍ୟ ଉପଲବ୍ଧ । ଏହି ଏରିଆରେ ଅନଲାଇନ ମାଧ୍ୟମରେ କଲେଜ ଗାର୍ଲ ମାନଙ୍କୁ ବୁକିଂ କରାଯାଇଥାଏ । ଏହିମାନେ କଲେଜ ସମୟ ଭିତରେ ଉପଲବ୍ଧ ହୋଇଥାନ୍ତି । ଅନ୍ୟ ସମୟରେ କଲଗାର୍ଲ ମାନଙ୍କୁ କାମରେ ଲଗାଯାଇଥାଏ ।

ମିରଗଂଜ ଆହ୍ଲାବାଦ- ଆହ୍ଲାବାର ମିରଗଂଜରେ ଚାଲୁଥିବା ଏହି ରେଡ଼ଲାଇଟ ଏରିଆରେ ପୁରୁଣା ପରମ୍ପରା ଅନୁସାରେ ମୁଜରା ବ୍ୟବସ୍ଥା ଥିଲା । କିନ୍ତୁ ଏହି ଜାଗାରେ ମୁଜରା ବ୍ୟବସ୍ଥା ଆଜିଦିନ ଯାଏଁ ଥିଲେ ବି ଦେହ ବ୍ୟବସାୟ ପାଇଁ ପ୍ରସିଦ୍ଧ ।

ଚର୍ତୁଭୂଜ ସ୍ଥାନ ମୁଜାଫରପୁର – ବିହାରର ମୁଜାଫରପୁରରେ ଥିବା ରେଡ଼ଲାଇଟ ଏରିଆ ମଧ୍ୟ ସାରାଦେଶରେ ପ୍ରମୁଖ ଦେହ ବ୍ୟବସାୟ ପେଣ୍ଠସ୍ଥଳୀ । ଏହି ଏରିଆରେ ସବୁ ପ୍ରକାର ଦେହଜିବୀମାନେ ଉପଲବ୍ଧ ଥାଆନ୍ତି ।

ଶିବଦାସପୁର, ବାରଣାସୀ- ଏହା ହିନ୍ଦୁମାନଙ୍କର ପବିତ୍ରସ୍ଥାନ ହୋଇଥିଲେ ମଧ୍ୟ ଏହା ଭାରତର ବହୁତ ବଡ଼ ଦେହ ବ୍ୟବସାୟ ପେଣ୍ଠସ୍ଥଳୀ । ବାରଣାସୀର ଶିବଦାସପୁରରେ ୩କି.ମି. ପର୍ଯ୍ୟନ୍ତ ଲମ୍ବିଥିବା ଏହି ରେଡ଼ଲାଇଟ ଏରିଆରେ ଥାଏ ସବୁବେଳେ ଭିଡ଼ । ଗରାଖମାନେ ପ୍ରତ୍ୟେକ ସମୟରେ ଦେହଜୀବିମାନଙ୍କୁ ପାଇବାର ସୁବିଧା ରହିଛି । ଉତ୍ତରପ୍ରଦେଶର ଏହି ରେଡ଼ଲାଇଟ ଏରିଆ ମଧ୍ୟ ସାରା ଭାରତବର୍ଷରେ  ଚର୍ଚ୍ଚିତ ।

ମେରଠ କବାଡ଼ି ବଜାର – ପଶ୍ଚିମ ଉତ୍ତରପ୍ରଦେଶର ମେରଠରେ ଚାଲୁଥିବା ଏହି ଦେହବ୍ୟବସାୟ କେନ୍ଦ୍ର ସର୍ବପ୍ରାଚୀନ । ଇଂରେଜ ସମୟରୁ ଏହିସ୍ଥାନରେ ଦେହବ୍ୟବସାୟର ପେଣ୍ଠସ୍ଥଳୀ ରହିଆସିଛି । ଏଠାରେ ଅଧିକାଂଶ ଦେହଜୀବି ନେପାଳୀ ଝିଅମାନେ ଥାନ୍ତି ।

ଜିବି ରୋଡ଼, ଦିଲ୍ଲୀ- ଏହି ରେଡ଼ଲାଇଟ ଏରିଆ ସାରାଦେଶରେ ପ୍ରସିଦ୍ଧ । ଏଠାରେ ମୋଗଲ ଶାସନ ସମୟରୁ ଦେହ ବ୍ୟବସାୟ ଚାଲୁଛି । ଦେଶର ରାଜଧାନୀରେ ଚାଲୁଥିବା ଏହି ଦେହ ବ୍ୟବସାୟର ପେଣ୍ଠସ୍ଥଳୀକୁ ପରବର୍ତ୍ତୀ ସମୟରେ ନାଁ ପରିବର୍ତ୍ତନ କରି ସ୍ଵାମୀ ଶ୍ରଦ୍ଧାନନ୍ଦ ମାର୍ଗ କରିଦିଆଯାଇଥିଲା । କିନ୍ତୁ ଆଜି ଦିନରେ ଜିବି ରୋଡ଼ ନାଁରେ ଦୁନିଆରେ ପରିଚିତ ।

କମାଠିଫୁରା ମୁମ୍ବାଇ- ଏହାଦେଶର ସର୍ବପୁରାତନ ରେଡ଼ଲାଇଟ ଏରିଆ । ୧୭୯୫ ମସିହାରୁ ଏଠାରେ  ଚାଲୁଛି ଦେହବ୍ୟବସାୟ । ମୁମ୍ବାଇର କମାଠିପୁରାରେ ୨ଲକ୍ଷରୁ ଅଧିକ ଦେହଜୀବି ଏହି ରେଡ଼ଲାଇଟ ଏରିଆରେ ବସବାସ କରୁଛନ୍ତି ।

ସୋନାଗାଛି କୋଲକାତା –ପୂର୍ବଭାରତର ସବୁଠୁ ବଡ଼ ଦେହ ବ୍ୟବସାୟର ପେଣ୍ଠଭାବେ ପରିଚିତ କୋଲକାତାର ସୋନାଗାଛି । ଏହି ରେଡ଼ଲାଇଟ ଏରିଆକୁ ଦେହ ବ୍ୟବସାୟର ମାନ୍ୟତା ମିଳିଛି । ଉତ୍ତର କୋଲକାତାର ଶୋଭାବଜାର ଓ ଚିତ୍ତରଂଜନ ଏଭିନ୍ୟୁରେ ଚାଲିଥିବା ମଣ୍ଡିରେ ହଜାର ହଜାର ସଂଖ୍ୟକ ଦେହଜୀବି ଅଛନ୍ତି । ବିଶେଷସୂତ୍ରରୁ ଜଣାଯାଇଛି,୧୨୦୦୦ ସଂଖ୍ୟକ ୧୬ ବର୍ଷ ବୟସରୁ କମ୍  ଦେହଜୀବି ସୋନାଗାଛିରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.