Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଖ୍ରୀଷ୍ଟମାସ ଅବସରରେ ଏହି ୧୦ଟି ରେସିପିକୁ ଖାଇବାର ମଜା ଉଠାନ୍ତୁ : ଜାଣନ୍ତୁ କ’ଣ

25/12/2018 at 4:19 PM

ଖ୍ରୀଷ୍ଟମାସ୍ କେବଳ ଯୀଶୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ହୋଇନଥାଏ। ଖ୍ରୀଷ୍ଟମାସର ଅର୍ଥ ହେଉଛି ସାଣ୍ଟା କ୍ଲସ୍ ଆସିବା,ଅନେକ ଗୁଡ଼ିଏ ଉପହାର ଆଣିବା, ଖୁବ୍ ମସ୍ତି କରିବା ଏବଂ ଅନେକ ଗୁଡ଼ିଏ ସୁଆଦିଆ ଖାଦ୍ୟ ଖାଇବା। ଯଦି ଆପଣ ଏଯାଏଁ କିଛି ପ୍ରସ୍ତୁତ କରିନାହାନ୍ତି ତେବେ ଆସନ୍ତୁ ଜାଣିବା ଖ୍ରୀଷ୍ଟମାସକୁ ସ୍ପେଶାଲକରିବା ପାଇଁ ଆମକୁ କ’ଣ କ’ଣ ପ୍ରସ୍ତୁତ କରିବା ଉଚିତ୍।

୧.ପ୍ଲମ୍ କେକ୍: ଖ୍ରୀଷ୍ଟମାସ ଅବସରରେ ଅଧିକାଂଶ ଲୋକମାନେ କେକ୍ ପ୍ରସ୍ତୁତ କରିଥାନ୍ତି। ଏହି କେକ୍ ଗୁଡ଼ିକ ମଧ୍ୟରେ ପ୍ଲମ୍ କେକ୍ ମୁଖ୍ୟ। ଏହି କେକରେ ପ୍ଲମ୍ ସହ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୃଟ ମଧ୍ୟ ଥାଏ ଯାହା ଖାଇବାକୁ ସୁଆଦିଆ ଲାଗିଥାଏ।

୨.ରୋଷ୍ଟେଡ୍ ଚିକେନ୍ : ମାଂସ ବିନା ଆପଣଙ୍କ ଖ୍ରୀଷ୍ଟମାସ ଫିକା ଲାଗିଥାଏ । ସେହିପରି ପାରମ୍ପରିକ ଖ୍ରୀଷ୍ଟମାସ ଡିନରରେ ତୁର୍କି ହୋଇଥାଏ କିନ୍ତୁ ଯେଉଁମାନେ ତୁର୍କି ପସନ୍ଦ କରି ନଥାନ୍ତି ସେମାନେ ରୋଷ୍ଟେଡ୍ ଚିକେନ୍ ପ୍ରସ୍ତୁତ କରି ପାରିବେ।

୩.ଏଗ୍ ନଗ୍ : କ୍ଷୀର,ଅଣ୍ଡା ଏବଂ କ୍ରୀମକୁ ବ୍ୟବହାର କରି ଏକ ପାନୀୟ ପ୍ରସ୍ତୁତ କରିହେବ ଯାହା ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟପ୍ରଦ ମଧ୍ୟ। ଏଥିରେ ପଡ଼ୁଥିବା ଡାଲଚିନି ଏବଂ ଜାଇଫଳର ଫ୍ଲେବର ଏହାର ସ୍ବାଦକୁ ଆହୁରି ବଢ଼ାଇଥାଏ। ଆପଣ ଚାହିଁଲେ ଏହି ପାନୀୟକୁ ନିଜ ପସନ୍ଦରେ ଥଣ୍ଡା କିମ୍ବା ଗରମ ପିଇ ପାରିବେ।

୪.ଖ୍ରୀଷ୍ଟମାସ କୁକିଜ : ଖ୍ରୀଷ୍ଟମାସରେ କୁକିଜ ନ ଖାଇଲେ ଆଉ କ’ଣ ମଜା। ମଇଦା,ଲହୁଣି ଏବଯ ଚିନିରୁ ପ୍ରସ୍ତୁତ ହେଉଥିବା ଖ୍ରୀଷ୍ଟମାସ କୁକିଜ ଛୋଟ ପିଲାଙ୍କ ସହ ବୟସ୍କ ଲୋକମାନଙ୍କୁ ମଧ୍ୟ ଖାଇବାକୁ ଭଲ ଲାଗିଥାଏ। ଆପଣ ଚାହିଁଲେ ଆପଣଙ୍କ ଅତିଥିଙ୍କୁ ରିଟର୍ଣ୍ଣ ଗିଫ୍ଟ ହିସାବରେ ଖ୍ରୀଷ୍ଟମାସ କୁକିଜକୁ ପ୍ୟାକ୍ କରି ଦେଇ ପାରିବେ।

୫.ଖ୍ରୀଷ୍ଟମାସ କେକ୍: ସାଧାରଣତଃ ଖ୍ରୀଷ୍ଟମାସ ଅବସରରେ ଫ୍ରୃଟ କେକ୍ ପ୍ରସ୍ତୁତ କରାଯାଇଥାଏ । ଆପଣ ଚାହିଁଲେ ସତେଜ ଡ୍ରାଏ ଫ୍ରୃଟସ୍,କିସମିସ୍ ଏବଂ ବିଭିନ୍ନ ପ୍ରକାର ବାଦାମ ବ୍ୟବହାର କରି ଖ୍ରୀଷ୍ଟମାସ କେକ୍ ପ୍ରସ୍ତୁତ କରି ପାରିବେ । ଏହାର ସ୍ବାଦ ଆପଣଙ୍କୁ ଏବଂ ଆପଣଙ୍କ ଅତିଥିଙ୍କୁ ନିଶ୍ଚୟ ଭଲ ଲାଗିବ।

୬.ଖ୍ରୀଷ୍ଟମାସ ପୁଡିଙ୍ଗ୍ : ପୁଡିଙ୍ଗର ସ୍ବାଦ ଏପରି ହୋଇଥାଏ ଯେ ଏହା ଆପଣଙ୍କ ସମସ୍ତ ଅବସରକୁ ଖାସ୍ କରିଦେଇଥାଏ। ଖ୍ରୀଷ୍ଟମାସ ପୁଡିଙ୍ଗ୍ ସବୁ ବ୍ୟକ୍ତିଙ୍କୁ ତାଙ୍କ ପିଲାବେଳର କଥା ମନେ ପକାଇ ଦେଇଥାଏ। ଖ୍ରୀଷ୍ଟମାସ ଅବସରରେ ଆପଣ ପୁଡିଙ୍ଗ୍ ମଧ୍ୟ ପ୍ରସ୍ତୁତ କରି ପାରିବେ।

୭.ଖ୍ରୀଷ୍ଟମାସ କପକେକ୍: ଖ୍ରୀଷ୍ଟମାସ କପକେକ୍ ଏକ ପାରମ୍ପରିକ ଡିସେର୍ଟ ହୋଇଥାଏ ଯାହା ବିନା ପର୍ବ ଫିକା ଲାଗିଥାଏ। ଏହାକୁ ମଧ୍ୟ ଆପଣ ଖ୍ରୀଷ୍ଟମାସ ଅବସରରେ ପ୍ରସ୍ତୁତ କରି ସମସ୍ତଙ୍କୁ ଖୁସି କରିପାରିବେ।

୮. ଖ୍ରୀଷ୍ଟମାସ ମିନ୍ସ ପାଇ : ଏହି ଡିସେର୍ଟ ରେସିପିକୁ ସମସ୍ତେ ପସନ୍ଦ କରିଥାନ୍ତି। ଚକୋଲେଟ,କ୍ରିମ୍,ବାଦାମ,କିସମିସ,ଜାମ୍ ଏବଂ ଜେଲିରୁ ପ୍ରସ୍ତୁତ ହେଉଥିବା ଏହି ଡିସେର୍ଟ ସମସ୍ତଙ୍କର ଅତି ପ୍ରିୟ ଏବଂ ଏହା ଖ୍ରୀଷ୍ଟମାସର ସ୍ବାଦକୁ ମଧ୍ୟ ଅନେକ ମାତ୍ରାରେ ବଢ଼ାଇ ଦେଇଥାଏ।

୯.ଚକୋଲେଟ୍ ଜିଞ୍ଜରବ୍ରେଡ୍ କୁକିସ୍: ପୁଡିଙ୍ଗ୍ ଭଳି ଜିଞ୍ଜରବ୍ରେଡ୍ କୁକିସ୍ ମଧ୍ୟ ଏକ ଡିସେର୍ଟ ଖାଦ୍ୟ । ଏହାର ସ୍ବାଦ ଏବଂ ସୁଗନ୍ଧ ସମସ୍ତଙ୍କୁ ପାଗଳ କରିଦେଇଥାଏ। ଏହି ଜିଞ୍ଜରବ୍ରେଡ୍ କୁକିସରେ ଚକୋଲେଟ୍ ମିଶାଇଲେ ଏହାର ସ୍ବାଦ ଆହୁରି ବଢ଼ିଯାଇଥାଏ।

୧୦. ରୋଷ୍ଟେଡ୍ ତୁର୍କି: ଖ୍ରୀଷ୍ଟମାସ ଡିନରର କଥା ପଡ଼ିଥିଲେ ରୋଷ୍ଟେଡ୍ ତୁର୍କି ମନେ ପଡ଼ିଥାଏ। ଅନେକ ମସଲା,ବାଦାମ ଏବଂ ହର୍ବରେ ପ୍ରସ୍ତୁତ ହୋଇଥିବା ରୋଷ୍ଟେଡ୍ ତୁର୍କି ଖ୍ରୀଷ୍ଟମାସକୁ ଆହୁରି ଖାସ୍ କରିଦେଇଥାଏ।  

   Related Posts