Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କରୋନା ଯୋଗୁଁ ଆମେରିକାର ଅବସ୍ଥା ବେହାଲ, ଏହି ୧୦ଟି ବଡ ଭୁଲ୍ ଦାୟୀ !

20/04/2020 at 7:05 PM

ଓ୍ବାଶିଂଟନ୍ ୨୦।୪: କରୋନା ଭାଇରସ୍ ଦ୍ବାରା ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ଆମେରିକାରେ ୭,୬୩,୮୩୬ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହି ମାରାତ୍ମକ ଭାଇରସ୍ ସଂକ୍ରମିତ ହେବା ପରେ ୪୦,୫୫୫ ରୋଗୀ ପ୍ରାଣ ହରାଇଛନ୍ତି । ଯଦି ଡିସେମ୍ବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ବରେ କରୋନା ଭାଇରସ୍ ବିସ୍ତାର ବିଷୟରେ ଆଲୋଚନା କରିବା, ତେବେ ଏହା ଚୀନ୍ ର ଉହାନ ସହରରୁ ଉତ୍ପନ ହୋଇଥିଲା । ବର୍ତ୍ତମାନେ ସେଠାରେ ଏହା ନିୟନ୍ତ୍ରଣକୁ ଆସିଛି । କିନ୍ତୁ ଏହାର ପ୍ରଭାବ ୧୨,୦୦୦ କିଲୋମିଟର ଦୂରରେ ଅବସ୍ଥିତ ଆମେରିକାର ନ୍ୟୁୟର୍କରେ ଦେଖାଯାଉଛି । ତେବେ ଆମେରିକାରେ ଏହି ଭାଇରସ୍ ବ୍ୟାପିବା ପଛରେ ଅନେକ କାରଣ ରହିଛି ବୋଲି କୁହାଯାଉଛି ।

୧ – ଚୀନର ଉହାନ ସହରରୁ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିବା ପରେ ଜାନୁଆରୀ ୧୯ରେ ଆମେରିକାର ୱାଶିଂଟନରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବରେ ମାମଲା ଦେଖାଯିବା ଆରମ୍ଭ କଲା । ଏହା ସତ୍ତ୍ବେ ଦୀର୍ଘ ଦିନ ପରେ ଆମେରିକା ପ୍ରଶାସନର ନଜର ଏହା ଉପରକୁ ଆସିଥିଲେ ।

୨- ମାର୍ଚ୍ଚ ୨୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରମୁଖ ବିପର୍ଯ୍ୟୟ ଘୋଷଣା କରିଥିଲେ ଏବଂ ରାଜ୍ୟପାଳ ଘରୁ ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରତିବନ୍ଧକକୁ ପରେ ମେ ୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

୩- ଚୀନ୍ ବାହାରୁ ଆସୁଥିବା ଏବଂ ଚୀନ୍ ରୁ ଯାଉଥିବା ସମସ୍ତ ବିମାନ ବନ୍ଦ କରିବା ବେଳକୁ ଚୀନରେ ୪ ଲକ୍ଷରୁ ଅଧିକ ଲୋକ ଆମେରିକାରେ ପହଞ୍ଚିସାରିଥିଲେ । ବିଦେଶରୁ ଆସୁଥିବା ବିମାନ ଚଳାଚଳ ବନ୍ଦ କରିବାକୁ ଆମେରିକା ବହୁ ସମୟ ନେଇଥିଲା । କେବଳ ଏତିକି ନୁହେଁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଆମେରିକା ଏହାକୁ ସମସ୍ତ ଦେଶ ପାଇଁ ଲାଗୁ କରିନଥିଲା । ଫଳରେ ଚୀନ୍‌ରୁ ଆସୁଥିବା ବିମାନର ଚଳାଚଳ ବନ୍ଦ କରିବା ପରେ ମଧ୍ୟ ଲୋକମାନେ ଅନ୍ୟ ଦେଶ ଦେଇ ଆମେରିକାରେ ପହଞ୍ଚିଥିଲେ ।

୪- ମାର୍ଚ୍ଚ ୧୪ ରେ ନ୍ୟୁୟର୍କରେ କରୋନା ଭାଇରସ୍ ଦ୍ବାରା ପ୍ରଥମ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଯଦିଓ ଏଠାରେ ମାର୍ଚ୍ଚ ୭ ରେ ରାଜ୍ୟପାଳ ରାଜ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଏବଂ ଲୋକଙ୍କୁ ସେମାନଙ୍କ ଘରେ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ମଧ୍ୟ ଲୋକମାନେ ଏହାକୁ ଗୁରୁତ୍ବର ସହ ନେଇ ନଥିଲେ ଯେଉଁ କାରଣରୁ ଏଠାରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଗଲା   ମାର୍ଚ୍ଚ ୨୩ ରେ, ନ୍ୟୁୟର୍କ ଉପକୂଳରେ ଶହ ଶହ ଲୋକ ଏକତ୍ରିତ ହୋଇଥିବା ଫଟୋ ଭାଇରାଲ୍ ହେବା ପରେ ରାଜ୍ୟପାଳ ଏହି ଲକ୍ ଡାଉନ୍ କୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୫- ଚୀନରେ ଏହି ଭାଇରସ୍ କ୍ରମାଗତ ବିସ୍ତାର ମଧ୍ୟରେ ଆମେରିକା ଚୀନ୍‌କୁ ଅନେକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଦେଇଥିଲା । ସେତେବେଳକୁ ଏହି ଭାଇରସ୍ ଆମେରିକା ସମେତ ଅନେକ ଦେଶରେ ବ୍ୟାପି ଯାଇଥିଲା । ଏହାପରେ ମଧ୍ୟ ଆମେରିକାରେ ଦିନକୁ ଦିନ ବୃଦ୍ଧି ପାଉଥିବା ମାମଲାଗୁଡିକୁ ନଜରଅନ୍ଦାଜ କରାଯାଉଥିଲା । ଏହି କାରଣରୁ ଆମେରିକାରେ ଏହି ଉପକରଣଗୁଡିକର ଅଭାବ ଦେଖାଦେଇଥିଲା । କିଛି ଦିନ ପୂର୍ବରୁ ୱାଶିଂଟନରେ ସ୍ବାସ୍ଥ୍ୟ କର୍ମୀମାନେ ମଧ୍ୟ ଏହା ବିରୋଧରେ କ୍ରୋଧ ପ୍ରକାଶ କରିଥିଲେ ।

୬- ରାଜ୍ୟପାଳଙ୍କ ମତ ତଥା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ବିଶେଷଜ୍ଞଙ୍କ ମତକୁ ଅଣଦେଖା କରିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ସର୍ବୋଚ୍ଚ ବିଶେଷଜ୍ଞ ଡାକ୍ତର ଫୋସିଙ୍କ ସହ ତାଙ୍କର ମୁହାଁମୁହିଁ ହେବା ଏହାର ଏକ ଜ୍ବଳନ୍ତ ପ୍ରମାଣ ।

୭- ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ବାରମ୍ବାର କୁହାଯାଉଥିଲା ଯେ, ପ୍ରଶାସନ ଏହାକୁ କାବୁ କରିନେବେ ଏବଂ ଏଥିପାଇଁ ଆମେରିକୀୟମାନଙ୍କ ଉପରେ କୌଣସି ବିପଦ ନାହିଁ ।

୮- ଆମେରିକାରେ ଏହି ଭାଇରସ୍ ସହିତ ଲଢିବା ଏବଂ ଏହାର ପ୍ରତିରୋଧ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ରାଷ୍ଟ୍ରପତି ଟ୍ରମ୍ପ WHO ଉପରେ ଦୋଷାରୋପ କରିଥିଲେ ଏବଂ ଫଣ୍ଡିଂ ବନ୍ଦ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ ।

୯- ଭାଇରସର ଉତ୍ପତ୍ତି ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଚୀନ୍‌ ଉପରେ ଦୋଷ ଦେବାରେ ବ୍ୟସ୍ତ ଅଛନ୍ତି । ଅନ୍ୟ ଦେଶମାନେ ଏହି ସମୟରେ କେବଳ ଏହାର ପ୍ରତିରୋଧ ଉପରେ ଧ୍ୟାନ ଦେଉଛନ୍ତି ।

୧୦- କାଲିଫର୍ଣ୍ଣିଆ, ନ୍ୟୁୟର୍କ, ମିଚିଗାନ୍, ୱାଶିଂଟନର ସ୍ବାସ୍ଥ୍ୟ କର୍ମୀମାନେ ଦୁଇ ଦିନ ପୂର୍ବରୁ ରାସ୍ତାରେ ଯାଇ ଭେଣ୍ଟିଲେଟର, ମାସ୍କ, ଗାଉନ୍ ଅଭାବକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ ।

   Related Posts