କଟକ ସହରରୁ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ, ଜଣେ ସ୍ଥାନୀୟ ସଂକ୍ରମିତ
11/07/2020 at 1:40 PM

କଟକ ୧୧।୦୭: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି । ଶନିବାର ଦିନ ରାଜ୍ୟରେ ଆଉ ୫୭୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ କଟକ ଜିଲ୍ଲାରୁ ୪୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସିଏମସି ଅଞ୍ଚଳରୁ ୧୦ଜଣ ରହିଛନ୍ତି । ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ସରକାରୀ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୫ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ ଅନ୍ୟ ଜଣେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
#COVID19 update in Cuttack city (CMC area)
— CMC,Cuttack (@CMCCuttack) July 11, 2020
Out of the 46 new COVID-19 positive cases reported today in #Cuttack district, 10 positive cases belong to Cuttack city (CMC area).
Active surveillance, contact tracing, and sanitization of the concerned areas are underway. pic.twitter.com/imFhyWMDtT
ତେବେ ଆଜି ସିଏମ୍ସିରୁ ଚିହ୍ନଟ ହୋଇଥିବା ୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦେଓ୍ବାନ ବଜରାର ଅଞ୍ଚଳରୁ ଜଣେ ୨୨ ବର୍ଷୀୟ ସ୍ଥାନୀୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ହୋମ୍ କ୍ବାରେଣ୍ଟାଇନ୍ରେ ଚିହ୍ନଟ ହୋଇଥିବା ୫ ସଂକ୍ରମିତଙ୍କ ମଧ୍ୟରୁ ମଙ୍ଗଳବାଗ ଅଞ୍ଚଳରୁ ୪୦ ବର୍ଷୀୟ ଯୁବକ ଚିହ୍ନଟ ହୋଇଛନ୍ତି। ମାଣିକଘୋଷ ବଜାର ଅଞ୍ଚଳରୁ ୫୦ ବର୍ଷିୟ ବୃଦ୍ଧା, ସୂତା ହାଟର ଖ୍ରୀଷ୍ଟିୟାନ ସାହି ଅଞ୍ଚଳରୁ ୪୦ ବର୍ଷିୟ ଯୁବକ, ପୁରୀଘାଟ ଅଞ୍ଚଳରୁ ୪୫ ବର୍ଷିୟ ଯୁବକ, ଦେଳମୁଣ୍ଡାଇ ଅଞ୍ଚଳରୁ ୨୬ ବର୍ଷୀୟ ଯୁବତୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସରକାରୀ କ୍ବରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ୪ଜଣ ସଂକ୍ରମିତ ମଧ୍ୟରୁ ୩୨ ଓ ୨୨ ବର୍ଷିୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ଓ ୨୬ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।