ଢିଙ୍କିଆରେ ପୋଲିସର ଲାଠିଚାର୍ଜ ପ୍ରତିବାଦ : ଢିଙ୍କିଆ ଗାଁରେ ପହଞ୍ଚିଲେ ୧୩ଟି ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳୀ

Published By : Prameya-News7 Bureau | January 21, 2022 IST

ଜଗତସିଂହପୁର ୨୧।୧: ଜାନୁଆରୀ ୧୪ତାରିଖରେ ଢିଙ୍କିଆରେ ପୋଲିସର ଲାଠିଚାର୍ଜ ପ୍ରତିବାଦରେ ୧୩ଟି ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳୀ ଢ଼ିଙ୍କିଆ ଗାଁରେ ପହଞ୍ଚିଛନ୍ତି । ଗ୍ରାମବାସୀଙ୍କ ସହିତ ଘଟଣା ସମ୍ପର୍କରେ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଛନ୍ତି ।

ତେବେ କଂଗ୍ରେସ ସମେତ ଅନ୍ୟ ୧୨ଟି ରାଜନୈତିକ ଦଳର କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଛନ୍ତି । ଏହି ପ୍ରତିନିଧିମାନେ ଢ଼ିଙ୍କିଆ ଲୋକମାନଙ୍କ ସହିତ ଆଲୋଚନା କରିବା ସହିତ ଢ଼ିଙ୍କିଆ ଗାଁରୁ ପୋଲିସ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.