୮ ପୋଲିସଙ୍କୁ ଗୁଳି କରିବା ପରଠୁ ନିଜେ ଗୁଳି ଖାଇବା ପର୍ଯ୍ୟନ୍ତ : ବିକାଶ ଦୁବେ ଯେତିକି କ୍ରୁର, ଶେଷ ପରିଣତି ବି ସେତିକି ଭୟଙ୍କର

Published By : Prameya-News7 Bureau | July 10, 2020 IST

କାନପୁର ୧୦/୦୭ : ନିକଟରେ ଉତ୍ତର ପ୍ରଦେଶ କାନପୁରରେ ୮ ପୋଲିସକର୍ମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ଅପରାଧୀ ବିକାଶ ଦୁବେକୁ ପୋଲିସ ଗତକାଲି ଗିରଫ କରିଥିଲା | ବିକାଶ ଦୁବେକୁ କାନପୁରକୁ ଆଣିବା ସମୟରେ ସ୍ପେଶାଲ ଟାସ୍କ ଫୋର୍ସ ଗାଡି ରାସ୍ତାରେ ଓଲଟି ଯାଇଥିଲା | ଗାଡି ଓଲଟିବା ପରେ ବିକାଶ ଦୁବେ ପୋଲିସକର୍ମୀଙ୍କ ବନ୍ଧୁକ ଧରି ପଳାଇବାକୁ ଚେଷ୍ଟା କରିଥିବାବେଳେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି | ଜାଣନ୍ତୁ ପୁରା ମାମଲା :

wp:list
  • ଗତ ଜୁଲାଇ ୨ ତାରିଖରେ କାନପୁର ଵିକରୁ ଗାଁରେ ପୋଲିସ ଟିମ ହିଷ୍ଟ୍ରିସିଟର ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବା ପାଇଁ ବାହାରିଥିଲା | କିନ୍ତୁ ବିକାଶ ଦୁବେ ଏ ସମ୍ପର୍କରେ ପୂର୍ବରୁ ସୂଚନା ମିଳିସାରିଥିଲା | ସୂଚନା ପାଇବା ପରେ ସେ ଜେସିବିରେ ନିଜ ଘର ରାସ୍ତାକୁ ଘେରି ଦେଇଥିଲା ଏବଂ ପୋଲିସକର୍ମୀଙ୍କ ଉପରକୁ ଅତର୍କିତ ଗୁଳି ବର୍ଷା କରିଥିଲେ ଏବଂ ୮ ପୋଲିସକର୍ମୀଙ୍କୁ ହତ୍ୟା କରିଥିଲା |
/wp:list {"id":298590,"sizeSlug":"large"}

wp:list
  • ପଚରାଉଚୁରା ବେଳେ ବିକାଶ ଦୁବେ କହିଥିଲା ଯେ ତାର କଣ୍ଟାକ୍ଟ କେବଳ ଚୋବେପୁର ଥାନା ସହିତ ନୁହେଁ ବରଂ ଆଖପାଖର ତମାମ ଥାନା ସହିତ ଥିଲା | ଲକଡାଉନ ସମୟରେ ସେ ଅନେକ ପୋଲିସକର୍ମୀଙ୍କୁ ସାହାଯ୍ୟ କରିଛି |
/wp:list

wp:list
  • ବିକାଶ ଦୁବେକୁ ଗିରଫ ହେବା ପୂର୍ବରୁ ତା ସ୍ତ୍ରୀ ଋଚା, ପୁଅ ଓ ଘରୋଇ ସହାୟକ ମହେଶକୁ ଲଖନଉ କୃଷ୍ଣାନଗରରୁ ଗିରଫ କରାଯାଇଥିଲା |
/wp:list

wp:list
  • ଘଟଣା ରାତିରୁ ଫେରାର ହୋଇଥିବା ବିକାଶ ଜୁଲାଇ ୯ ତାରିଖ ସକାଳ ୮ଟା ୫୦ ମିନିଟରେ ମଧ୍ୟପ୍ରଦେଶ ଉଜ୍ଜେନ ସ୍ଥିତ ମହାକାଳ ମନ୍ଦିର ଯାଇଥିଲା | ମନ୍ଦିର ବାହାରେ କେଶବ ନାମକ ଜଣେ ପୂଜା ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ ଠାରୁ ସେ ମନ୍ଦିର ଦର୍ଶନ ପାଇଁ ଭିଆଇପି ଟୋକନ ସମ୍ପର୍କରେ ପଚାରି ବୁଝିଥିଲା | ଏହାପରେ ୨୫୦ ଟଙ୍କାରେ ଟୋକନ କଟିଥିଲା | ଦୋକାନୀ କେଶବକୁ ସନ୍ଦେହ ହେବାରୁ ସେ ମନ୍ଦିରରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡ ରାହୁଲକୁ ସୂଚନା ଦେଇଥିଲା |
/wp:list {"id":298591,"width":571,"height":375,"sizeSlug":"large"}

wp:list
  • ଗାର୍ଡକୁ ସନ୍ଦେହ ହେବାରୁ ସେ ମହାକାଳ ଥାନା ପୋଲିସକୁ ସୂଚନା ଦେଇଥିଲେ | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ସେତେବେଳେ ବିକାଶ ଦୁବେ ଜୋର ଜୋରରେ ପାଟି କରିଥିଲେ, 'ମୁଁ କାନପୁର ଵାଲା ବିକାଶ ଦୁବେ |'
/wp:list

wp:list
  • ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ମଧ୍ୟପ୍ରଦେଶ ପୋଲିସ ଉଜ୍ଜେନରୁ ଗିରଫ କରିଥିଲା | ଗିରଫ ପରେ ପୋଲିସ ବିକାଶକୁ ପଚରାଉଚୁରା କରିଥିଲା | ପଚରାଉଚୁରାରେ ଜଣାପଡିଥିଲା ଯେ ବିକାଶ ଆଗକୁ ଆହୁରି ଭୟଙ୍କର ଯୋଜନା କରିଥିଲା |
/wp:list {"id":298592,"sizeSlug":"large"}

wp:list
  • ୭ ଦିନ ଧରି ଲଗାତାର ଖୋଜିବା ପରେ ମଧ୍ୟ ପ୍ରଦେଶ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା | ଏହାପରେ ମଧ୍ୟପ୍ରଦେଶ ପୋଲିସ ବିକାଶକୁ ଉଜ୍ଜେନ କୋର୍ଟରେ ହାଜର କରାଇଥିଲା ଏବଂ ରାତିରେ ଉତ୍ତର ପ୍ରଦେଶ ଏସଟିଏଫ ଟିମକୁ ହସ୍ତାନ୍ତର କରିଥିଲା |
/wp:list

wp:list
  • ଗିରଫ ହେବାପରେ ବିକାଶ ସ୍ୱୀକାର କରିଥିଲା ଯେ ୮ ପୋଲିସକର୍ମୀଙ୍କୁ ହତ୍ୟା କରିବା ପରେ ପୋଲିସକର୍ମୀଙ୍କ ମୃତଦେହକୁ ପୋଡି ଦେବାକୁ ଚାହୁଁଥିଲା | ସେଥିପାଇଁ ସେ ସମସ୍ତ ପ୍ରସ୍ତୁତି ମଧ୍ୟ କରି ସାରିଥିଲା କିନ୍ତୁ ପୋଲିସ ସବୁଆଡୁ ଘେରିଦେବା ପରେ ସେ ମୃତଦେହ ପୋଡି ପାରିନଥିଲା | 
/wp:list {"id":298593,"width":569,"height":312,"sizeSlug":"large"}

wp:list
  • ଗିରଫ ପରେ ବିକାଶ କହିଥିଲା ଯେ ଶହୀଦ ଦେବେନ୍ଦ୍ର ମିଶ୍ରଙ୍କ ଗୋଡ କାଟି ଦେଇଥିଲା କାରଣ ବିକାଶ ଦୁବେର ଗୋଟିଏ ଗୋଡ ଛୋଟା ବୋଲି ସେ ଆଗରୁ ମନ୍ତବ୍ୟ ଦେଇଥିଲେ |
/wp:list

wp:list
  • ଗୁରୁବାର ଦିନ ବିକାଶ ଦୁବେର ସାଥି ପ୍ରଭାତ ମଧ୍ୟ ପୋଲିସ କବଜାରୁ ପଳାଇ ଯିବାକୁ ଉଦ୍ୟମ କରିଥିବାବେଳେ ପୋଲିସ ତାର ଏନକାଉଣ୍ଟର କରିଥିଲା | ସପ୍ତାହେ ଭିତରେ ବିକାଶ ଦୁବର ଆହୁରି ଅନେକ ସାଥି ଏନକାଉଣ୍ଟରରେ ନିହତ ହୋଇଛନ୍ତି | 
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.