ଜାମିଆରେ ହିଂସା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ, ୧୦ ଗିରଫ

Published By : Prameya-News7 Bureau | December 17, 2019 IST

ନୂଆଦିଲ୍ଲୀ ୧୭।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଓ ପୋଡାଜଳା ଦେଖାଦେଇଛି । ରବିବାର ଦିନ ଦିଲ୍ଲୀର ଜାମିଆ ଅଞ୍ଚଳରେ ବିକ୍ଷୋଭକାରୀମାନେ ୩ଟି ବସ୍,  ଗାଡି ପୋଡଜଳା ସହ ବ୍ୟାପକ ହିଂସା ଦେଖାଦେଇଥିଲା । ପୋଲିସ  ଘଟଣାର କାର୍ଯ୍ୟାନୁଷ୍ଠାନ ନେଇ ୧୦ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପ୍ରାୟତ ଅପରାଧୀଙ୍କ କାର୍ଯ୍ୟରେ ଜଡିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବ୍ୟାପକ ହିଂସା ଦେଖାଦେଇଥିଲା । ହିଂସାର ପରିମାଣ ଏତେ ଥିଲା ଯେ ଆନ୍ଦୋଳନକାରୀମାନେ ଡିଟିସିର ୩ଟି ବସ୍, ଗୋଟିଏ ଜିପ୍ ପୋଡିଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ଉଦ୍ୟମ କରୁଥିବାବେଳେ ଉଭୟଙ୍କ ଉପରକୁ ପଥରମାଡ ହୋଇଥିବାର ଅଭିଯୋଗ ହୋଇଛି । ତେବେ ପୋଲିସ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ନେଇ ୧୦ଜଣଙ୍କ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.