ଶରୀରରେ ପରମାଣୁ ବୋମା ଭଳି ଆକ୍ରମଣ କରୁଛି କରୋନା : ୧୦% ରୋଗୀଙ୍କଠାରେ ଦୀର୍ଘ ସମୟ ଧରି ଦେଖାଦେଉଛି ସମସ୍ୟା

Published By : Prameya-News7 Bureau | June 14, 2021 IST

ନୂଆଦିଲ୍ଲୀ ୧୪/୬ : କରୋନା ରୋଗୀଙ୍କ ମଧ୍ୟରେ ମ୍ୟୁକୋର ମାଇକସ ପରେ, ଅନ୍ୟ ଏକ ବଡ଼ ବିପଦ ହେଉଛି ଦୀର୍ଘ ସମୟ ଧରି ଲାଗିରହୁଥିବା କୋଭିଡ ସମସ୍ୟା । ବ୍ରିଟେନରେ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ କରୋନାରେ ସଂକ୍ରମିତ ପ୍ରାୟ ୧ ୦ ପ୍ରତିଶତ ଲୋକ ଦୀର୍ଘ ସମୟ ଧରି ସମସ୍ୟା ଭୋଗନ୍ତି । ଲଙ୍ଗ କୋଭିଡର ଅର୍ଥ ହେଉଛି କରୋନା ସଂକ୍ରମଣ ସମାପ୍ତ ହେବା ପରେ ମଧ୍ୟ କରୋନାର ପାର୍ଶ୍ୱ ପ୍ରତିକ୍ରିୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ ।

ନେଚର ଜେନେରାଲ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ବ୍ରିଟେନର ଅଫିସ୍ ଫର୍ ନ୍ୟାସନାଲ୍ ଷ୍ଟାଟିଷ୍ଟିକ୍ସ (ଓଏନ୍ଏସ୍) ୨୦ ହଜାର ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି ଯେ ୧୩.୭ ପ୍ରତିଶତ ଲୋକଙ୍କାଠାରେ ତିନିମାସ ପରେ ମଧ୍ୟ ଲମ୍ବା କୋଭିଡର ଲକ୍ଷଣ ରହିଛି । ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ ଅଧିକାଂଶ ଶାରୀରିକ ଅସୁସ୍ଥତା, ଥକାପଣ, ଶୁଷ୍କ କାଶ, ନିଶ୍ୱାସ ପ୍ରଶ୍ୱାସ, ମୁଣ୍ଡବିନ୍ଧା ଏବଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା ।

ଯାହାକି କରୋନା ସହିତ ସମାନ । ଲଣ୍ଡନ ୟୁନିଭରସିଟି କଲେଜ ଲଙ୍ଗ କୋଭିଡର ୩୫୦୦ରୋଗୀଙ୍କ ମଧ୍ୟରେ ମୋଟ ୨୦୫ ପ୍ରକାରର ଲକ୍ଷଣ ଥିବା ଉଲ୍ଲେଖ ଥିବା ଜଣାପଡିଛି । ଯଦିଓ କରୋନା ପରୀକ୍ଷା ନେଗେଟିଭ ରହିଥିଲା । ଗବେଷକମାନେ ବିଶ୍ୱାସ କରନ୍ତି ଯେ କରୋନା ସଂକ୍ରମଣ ମନୁଷ୍ୟର ପ୍ରତିରକ୍ଷା ପ୍ରଣାଳୀକୁ ଖରାପ ଆଘାତ ଦେଇଥାଏ । ଭୂତାଣୁ ପରମାଣୁ ବୋମା ପରି ପ୍ରତିରକ୍ଷା ପ୍ରଣାଳୀ ଉପରେ ଆକ୍ରମଣ କରିଥାଏ । ଏହି କାରଣରୁ, ପ୍ରତିରକ୍ଷା ପ୍ରଣାଳୀ ଖରାପ ହୋଇଯାଏ, ଯାହାର ପ୍ରଭାବ ଦୀର୍ଘ ସମୟ ଧରି ଦେଖାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.