Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସୁଇଚ୍‌ ମାରିବା କ୍ଷଣି ଜଳିଗଲେ ଗୋଟିଏ ପରିବାରର ୧୦ ଜଣ, ୭ ମୃତ

24/07/2021 at 5:26 PM

ଅହମ୍ମଦାବାଦ, ୨୪/୦୭: ଗୁଜୁରାଟର ଅହମ୍ମଦାବାଦ ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ରନ୍ଧନ ଗ୍ୟାସ୍‌ ଲିକ୍‌ ହବା କାରଣରୁ ୭ ଜଣଙ୍କ ଜୀବନ ଯାଇଛି । ଏଥିରେ ଗୁରୁତର ଭାବେ ୧୦ ଜଣ ଜଳି ଯାଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ଦୁଇଜଣଙ୍କ ମୃତ୍ୟୁ ଘଟି ଏହା ୭ରେ ପହଞ୍ଚିଛି ।

ଅହମ୍ମଦାବାଦ ନଗର ପୋଲିସ୍‌ର ସୂଚନା ଅନୁସାରେ, ଏକ ଶିଳ୍ପାନୁଷ୍ଠାନରେ କାମ କରୁଥିବା କିଛି ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଥିବା ଏକ ରୁମ୍‌ରେ ଶୋଇଥିଲେ । ଏହି ସମୟରେ ରୁମ୍‌ ଭିତରେ ଥିବା ଏଲ୍‌ପିଜି ଗ୍ୟାସ୍‌ ଲିକ୍‌ ହୋଇଥିଲା । ପାଖ ରୁମ୍‌ରେ ଶୋଇଥିବା ଶ୍ରମିକ ସେମାନଙ୍କୁ ଗ୍ୟାସ୍‌ ଲିକ୍‌ ହେଉଥିବା ଜାଣି ଡାକିଥିଲେ । କିନ୍ତୁ ସେମାନଙ୍କ ଭିତରୁ ଜଣେ ଉଠି ଲାଇଟ୍‌ ସୁଇଚ୍‌ ମାରିଥିଲା । ଏହି ସମୟରେ ସୁଇଚ୍‌ରୁ ସର୍ଟସର୍କିଟ୍‌ ହୋଇ ନିଆଁ ବାହାରିଥିଲା । ଫଳରେ ଲିକ୍‌ ହେଉଥିବା ଗ୍ୟାସ୍‌ରେ ନିଆଁ ଧରି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁରେ ଦଗ୍ଧ ହୋଇସାରିଥିଲେ ।

ତେବେ ଆସ୍‌ଲାଲି ପୋଲସ୍‌ ଷ୍ଟେସନର ଥାନା ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଜୁଲାଇ ୨୦ରେ ଘଟିଛି । ସର୍ଟସର୍କିଟ କାରଣରୁ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏଥିରେ ରୁମ୍‌ରେ ଥିବା ୧୦ ଜଣ ଜଳି ଯାଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କର ଜୀବନ ଯାଇଛି ।   

   Related Posts