ଭାରତୀୟ ସେନାର ଗୁଳିରେ ୧୦ ପାକିସ୍ତାନ କମାଣ୍ଡୋଙ୍କର ମୃତ୍ୟୁ

Published By : Prameya-News7 Bureau | August 28, 2019 IST

ନୂଆଦିଲ୍ଲୀ .- ଧାରା ୩୭୦ ଉଚ୍ଛେଦ ପରେ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି। ଏବେ ପାକିସ୍ତାନ ସୀମାରେ ୧୦୦ରୁ ଅଧିକ ଏସ୍‌ଏସ୍‌ଜି କମାଣ୍ଡୋଙ୍କୁ ନିୟୋଜିତ କରିଥିଲା । ଗତ ୧୫ ଦିନ ମଧ୍ୟରେ ନିୟନ୍ତ୍ରଣ ରେଖା ନିକଟରେ ଏମାନଙ୍କୁ ପାକିସ୍ତାନ ନିୟୋଜିତ କରିଥିଲା । ଆତଙ୍କବାଦୀାନଙ୍କୁ କାଶ୍ମୀର ମଧ୍ୟକୁ ପଠାଇବା ପାଇଁ ଏମାନେ ,ଚେଷ୍ଟା କରିଥାଆନ୍ତି । ଗତ ତିନି ସପ୍ତାହ ମଧ୍ୟରେ ଭାରତୀୟ ସେନା ଗୁଳିରେ ୧୦ ଜଣ ପାକିସ୍ତାନୀ କମାଣ୍ଡୋଙ୍କର ମୃତ୍ୟୁ ହୋଇଛି ।

ପାକିସ୍ତାନ ସେନା ପକ୍ଷରୁ ଆତଙ୍କବାଦୀମାନଙ୍କୁ ଭାରତର ସୀମାମଧ୍ୟକୁ ପଠାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଏମାନେ ଭାରତୀୟ ସେନା ଗୁଳିରେ ନିହତ ହୋଇଥିବା କଥା କୁହାଯାଇଛି । ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାକିସ୍ତାନ ଅଧିକୃତ କାଶ୍ମୀରରେ ଏବେ ପାକିସ୍ତାନ ଅନେକ ଆତଙ୍କବାଦୀ ଲଞ୍ଚ ପ୍ୟାଡ ତିଆରି କରିଛି । ସେଠାରେ ଆତଙ୍କବାଦୀମାନେ କାଶ୍ମୀର ମଧ୍ୟରେ ଅନୁପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.