ଘୋଷଣାର ୧୮ଦିନ ପରେ ଜିଲ୍ଲାରେ ଖୋଲିଲା ଧାନମଣ୍ଡି
19/11/2019 at 12:00 PM

କଳାହାଣ୍ଡି ୧୯।୧୧: ଘୋଷଣା ର 18 ଦିନ ବିଳମ୍ବ ରେ କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାରେ ମୋଟ ୭୬ ଗୋଟି ସମବାୟ ସମିତି ଓ ୧୭ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଟୀ ଜରିଆ ରେ ଧାନ କିଣା ପାଇଁ ଯୋଜନା ରହିଛି। ତେବେ ଆଜି ଠାରୁ ମାତ୍ର ୧୦ ଗୋଟି ମଣ୍ଡି ଆରମ୍ଭ କରାଯାଇଛି ।

ସୂଚନାଯୋଗ୍ୟ ଯେ , ନଭେମ୍ବର ୧ ତାରିଖ ଠାରୁ ମଣ୍ଡି ଖୋଲିବା ଘୋଷଣା କରାଯାଇଥିଲେ ବି ପ୍ରଶାସନ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶୀକାରହେଉଥିବା ଅଭିଯୋଗ ଆସିଛି ।ଛତିଶଗଡକୁ ଧାନଚୋରା ଚାଲଣର ଅଭିଯୋଗ ମଧ୍ୟ ହେଉଥିଲା , ଫଳରେ ପ୍ରଶାସନ ତରବରିଆ ଭାବେ 18 ଦିନ ପରେ ଧର୍ମଗଡ ଉପଖଣ୍ଡର ୧୦ ଗୋଟି ମଣ୍ଡି ଖୋଲିଥିଲେ ମଧ୍ୟ ଜିଲ୍ଲାର ଅନ୍ୟାନ୍ୟ ମଣ୍ଡି ଖୋଲିବା ରେ ଅସମର୍ଥ ରହିଛି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021