ଟ୍ରକ୍ ଧକ୍କାରେ ଚାଲିଗଲା ୧୦ ଗୋରୁଙ୍କ ଜୀବନ, ଟ୍ରକ୍ ନେଇ ଫେରାର ମାରିଲା ଡ୍ରାଇଭର

Published By : Prameya-News7 Bureau | August 10, 2020 IST

ଟାଙ୍ଗି ୧୦।୮: ଟ୍ରକ୍ ଧକ୍କାରେ ଚାଲିଗଲା ୧୦ ଗୋରୁଙ୍କ ଜୀବନ । ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥର କୟଥପଲ୍ଲା ଛକରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା କୟଥପଲ୍ଲା ଛକରେ ଗୋରୁଙ୍କୁ ଧକ୍କା ଦେଇଥିଲା ଟ୍ରକ୍ । ଦୁର୍ଘଟଣାରେ ୧୦ ଗୋରୁଙ୍କ ଜୀବନ ଯାଇଛି । ଦୁର୍ଘଟଣା ପରେ ଟ୍ରକ୍ ନେଇ ଡ୍ରାଇଭର ଚମ୍ପଟ ମାରିଥିବା ଜଣାପଡିଛି ।

ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଟିର ପତ୍ତା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.