ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୦ ନୂଆ ମୁହଁ, ଆସନ୍ତାକାଲି ସଂଧ୍ୟାରେ ବସିବ ମନ୍ତ୍ରିପରିଷଦ ବୈଠକ

Published By : Prameya-News7 Bureau | May 28, 2019 IST

ଭୁବନେଶ୍ବର୨୮|୫: ଆସନ୍ତାକାଲି ରାଜ୍ୟର ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ନବୀନ ନିବାଲରୁ ୧୯ଜଣ ବିଧାୟକଙ୍କ ପାଖକୁ ଟେଲିଫୋନ କଲ ଯାଇଛି । ଟେଲିଫୋନ କଲ ଯାଇଥିବା ବିଧାୟକମାନେ ମନ୍ତ୍ରିମଣ୍ଡଳରେ ସାମଲ ହେବେ ବୋଲି ସୂଚନା ପାଇଛନ୍ତି । ତେବେ ନବୀନ ନିବାସରୁ କଲ ଯାଇଥିବା ବିଧାୟକମାନଙ୍କ ମଧ୍ୟରେ ୧୦ଜଣ ନୂଆ ଭାବେ ମନ୍ତ୍ରୀ ହେବେ । ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି କରିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବିଂଝାରପୁରର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଶାସକ ଦଳର ମୁଖ୍ୟ ସଚେତକ କରିବା ଲାଗି ନିଷ୍ପତ୍ତି ହୋଇଛି । ଏମାନଙ୍କ ପାଖକୁ ମଧ୍ୟ ଆଜି ସଂଧ୍ୟାରେ ନବୀନ ନିବାସରୁ ଟେଲିଫୋନ କଲ ଯାଇଥିଲା ।

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ନେଇ ଯେଉଁ ବିଧାୟକଙ୍କ ପାଖକୁ କଲ ଯାଇଛି ସେମାନେ ହେଲେ – ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା , ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ପୂର୍ବତନ ବିଧାକ ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ତଥା ମହାଙ୍ଗା ବିଧାୟକ ପ୍ରତାପ ଜେନା ।

ଏମାନଙ୍କ ବ୍ୟତୀତ ଆଉ ୯ଜଣ ନୂଆ ମୁହଁଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ସେମାନେ ହେଲେ- ଜୁନାଗଡ ବିଧାୟକ ଦିବ୍ୟ ଶଂକର ମିଶ୍ର, ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ଟିଟିଲାଗଡ ବିଧାୟକ ଟୁକୁନି ସାହୁ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ଏରସମା-ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା , ସମୀର ଦାଶ ପ୍ରେମାନନ୍ଦ ନାଏକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.