Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ଜଣ ନକ୍ସଲ ନିହତ

7/02/2019 at 6:17 PM

ଭୁବନେଶ୍ବର ୭|୨: ଛତିଶଗଡ ବିଜାପୁର ଜିଲ୍ଲା ଭୈରାମଗଡ ଥାନା ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ।  ସୁରକ୍ଷା କର୍ମୀଙ୍କ  ଗୁଳିରେ ୧୦ ଜଣ ନକ୍ସଲ ନିହତ। ମୃତ ନକ୍ସଲଙ୍କଠାରୁ ୧୧ଟି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ମାଓ ଦମନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ନକ୍ସଲ ନିହତ। ଆଉ କିଛି ନକ୍ସଲ ଆହତ ହୋଇଥିବା କୁହାଯାଉଛି। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଏଯାଏ ଘଟଣାସ୍ଥଳରୁ ୧୦ଜଣ ନକ୍ସଲଙ୍କ ମୃତଦେହ ସହ ୧୧ଟି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ସ୍ପେଶାଲ ଟାକ୍ସ ଫୋର୍ସ ଓ ଡିଷ୍ଟ୍ରିକ୍ଟ ରିଜର୍ବ ଗାର୍ଡ ମିଳିତଭାବେ ଏହି ଅପରେସନର ସାମିଲ ଥିଲେ। ଆଉ କିଛି ନକ୍ସଲ ଏଠାରେ ଲୁଚିଥିବା ଆଶଙ୍କା କରି ସମ୍ପୃକ୍ତ ଅଞ୍ଚଳରେ ଏବେ ବି ତଲାସୀ ଅଭିଯାନ ଜାରି ରହିଛି ।

ଦିନ ପାଖାପାଖି ୧୧ଟା । ଗୁଇନ୍ଦା ଇନପୁଟ୍‌ ପାଇ ବିଜାପୁର ବସ୍ତର ଅଞ୍ଚଳର ଭାଇରାମଗଡ ଜଙ୍ଗଲରେ ମାଓ ଅପରେସନ୍ ଆରମ୍ଭ ହୋଇଥିଲା । କୁମ୍ବିଂ ଅପରେସନ୍‌ରେ ସାମିଲ ହୋଇଥିଲେ STF ଓ DRG ଯବାନ । ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଉପରକୁ ନକ୍ସଲ ଆଖିବୁଜା ଗୁଳିମାଡ କରିଥିଲେ। ସୁରକ୍ଷାକର୍ମୀ ବି ଦେଇଥିଲେ ପାଲଟା ଜବାବ । ଉଭୟ ପକ୍ଷରୁ ଜୋରାଦାର ଲଢେଇ ହୋଇଥିଲା । ସୁରକ୍ଷା କର୍ମୀଙ୍କ ଆଟାକ୍‌କୁ ସମ୍ଭାଳି ନପାରି ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ୍‌ । ସୁରକ୍ଷା କର୍ମୀଙ୍କ ଗୁଳିରେ ୧୦ ନକ୍ସଲ ପ୍ରାଣ ହରାଇଥିଲେ। ଆଉ କିଛି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ସୁରକ୍ଷାକର୍ମୀ ତଲାସୀ ଅଭିଯାନ ଚଳାଇଛନ୍ତି।

   Related Posts