ବ୍ଲକ ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ଆଉ ୧୦ ଗିରଫ,୧୯ରେ ପହଞ୍ଚିଲା ମୋଟ ସଂଖ୍ୟା

Published By : Prameya-News7 Bureau | November 02, 2020 IST

ଭଦ୍ରକ ୦୨।୧୧:  ବିକ୍ଷୋଭ ପ୍ରଦର୍ଶନ ବେଳେ ବ୍ଲକ ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା । ପୁଣି ୧୦ଜଣ ଗିରଫ । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ ଗିରଫ ସଂଖ୍ୟା ୧୯ରେ ପହଞ୍ଚିଛି ।

{"id":354605,"sizeSlug":"large"}

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାର୍ଯ୍ୟାଳୟ ଠାରେ ମହିଳା ମହାସଂଘର ସଭାନେତ୍ରୀ ଓ ସମ୍ପାଦକଙ୍କୁ ବହିଷ୍କାରକୁ ବେଆଇନ ବୋଲି ଦାବି କରି ମହିଳା ମାନେ ଧାରଣା ସହ ବିକ୍ଷୋଭ କରିଥିଲେ । ଏହାପରେ ସଙ୍ଗବଦ୍ଧ ଭାବେ ବ୍ଲକ ଅଫିସରେ ଭଙ୍ଗାରୁଜା କରିବା ସହ ବ୍ଲକ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

{"id":354606,"sizeSlug":"large"}

ବ୍ଲକର ୨ କର୍ମଚାରୀ ଆହତ ହୋଇଥିବା ବେଳେ ୨ଜଣ ପୋଲିସ କର୍ମଚାରୀ ମଧ୍ୟ ଲହୁଲୁହାଣ ହୋଇଥିଲେ । ଏହି ଘଟଣାରେ ବନ୍ତ ପୋଲିସ ୨ଟି ମାମଲା ଋଜୁ କରି ପ୍ରଥମେ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ପୁଣି ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

\

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.