ଅଜଣା ରୋଗ ଭୟରେ ଗୋଆରୁ ଫେରିଲେ ବାଲେଶ୍ୱର ଜିଲ୍ଲାର ଆଉ ୧୦ ଜଣ ଯୁବକ
19/07/2018 at 6:06 AM

ଗୋଆରେ କାମକରୁଥିବା ବାଲେଶ୍ୱର ଜିଲ୍ଲାର ଆଉ ୧୦ ଜଣ ଯୁବକ ଘରକୁ ଫେରିଛନ୍ତି | ୧୫ ଦିନ ପୂର୍ବରୁ ଏମାନେ ଗୋଆ ଯାଇଥିଲେ | ଗତ କିଛି ପୂର୍ବରୁ ଗୋଆରେ କାମ କରୁଥିବା କିଛି ଓଡ଼ିଆ ଯୁବକଙ୍କ ମଧ୍ୟରୁ ୨ ଜଣକର ଅଜଣା ରୋଗରେ ମୃତ୍ୟୁ ହୋଇଥିଲା | ଆଉ ୮ଜଣ ଫେରିଥିଲେ | ସେହି ୮ଜଣଙ୍କୁ କଟକ ଏସସିବିରେ ଚିକିତ୍ସା କରାଯାଇଥିଲା | ତେବେ ତାଙ୍କ ପାଖେ କୌଣସି ରୋଗର ଲକ୍ଷଣ ଦେଖା ଯାଇନଥିଲା | ତେବେ ପରିବାର ଲୋକ ବାଧ୍ୟ କରିବାରୁ ସେମାନେ ଫେରି ଆସିଛନ୍ତି ବୋଲି କହିଛନ୍ତି |