ଭୀମସାରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ, ୭୪ରେ ପହଞ୍ଚିଲା ମୋଟ ସଂଖ୍ୟା

Published By : Prameya-News7 Bureau | November 30, 2021 IST

ସମ୍ବଲପୁର ୩୦।୧୧: ଭୀମ୍‌ସାରେ କରୋନା ଆକ୍ରାନ୍ତ । ଚିହ୍ନଟ ହେଲେ ପୁଣି ୧୦ କରୋନା ଆକ୍ରାନ୍ତ । ଯାହାକୁ ମିଶିଇ ୭୪ରେ ପହଞ୍ଚିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କରୋନା ସଂକ୍ରମଣ ନେଇ ଘାରିଛି ଚିନ୍ତା ।

ଖବର ଅନୁଯାୟୀ, କିଛିଦିନ ତଳେ ବୁର୍ଲା ସ୍ଥିତ ଭୀମସାରୁ ୫୦ ରୁ ଅଧିକ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିଲା । ଏହାପରେ ବିଶ୍ୱବିଦ୍ୟାଳୟ ଅଧିକାଂଶ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କର କରୋନା ଟେଷ୍ଟ କରାଯାଇଥିଲା । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଆଇସୋଲେସନରେ ରଖାଯାଇଥିଲା । ସମସ୍ତଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଭୀମ୍‌ସାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.