ପାର୍କିଙ୍ଗରେ ଖେଳୁଥିବା ୧୦ ମାସର ଶିଶୁକୁ ଚାପିଦେଲେ ମର୍ସିଟିଜ୍ ବେଞ୍ଜ୍ : ଘଟଣାସ୍ଥଳରେ ଶିଶୁର ମୃତ୍ୟୁ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮/୦୬ : ଦେଶର ରାଜଧାନୀ ଦିଲ୍ଲୀରେ ମର୍ସିଟିଜ୍ ବେଞ୍ଜ୍ SUV ଏକ ୧୦ ମାସର ଶିଶୁ ଉପରେ ଚଢି ଯାଇଥିଲା | ଯାହାଫଳରେ ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଛି | ଘଟଣା ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ତିଲକ୍ ନଗର୍ ଅଞ୍ଚଳର | ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି | ମୃତ ଶିଶୁ ହେଲା ରାଧିକା | ଦୁର୍ଘଟଣା ସମୟରେ ରାଧିକା ପାର୍କିଙ୍ଗ୍ ଏରିଆରେ ଖେଳୁଥିଲା | ଠିକ ସେତେବେଳେ ଡ୍ରାଇଭର SUV କୁ ପଛକୁ ନେଇଥିଲା ଏବଂ ଶିଶୁଟି ଗାଡି ତଳେ ଚାପି ହୋଇଯାଇଥିଲା | 

ଡିସିପି ଦୀପକ ପୁରୋହିତ କହିଛନ୍ତି ଯେ, ଦୁର୍ଘଟଣା ପରେ ରାଧିକାକୁ ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଥିଲା | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମୃତ ଶିଶୁର ପିତା ସୁରକ୍ଷା ଗାର୍ଡ ଭାବେ କାର୍ଯ୍ୟରତ | କାର ମାଲିକ ହେଲେ ଜସବୀର ସିଂହ | ସେ ଲିଫ୍ଟ ବ୍ୟବସାୟର କାମ କରନ୍ତି |

ଦୁର୍ଘଟଣା ସମ୍ପର୍କରେ ନିରୀକ୍ଷଣ କରିବା ପାଇଁ ଫରେନସିକ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି | ଘଟଣାର ଯାଞ୍ଚ ଜାରି ରହିଛି | ଶିଶୁର ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.