ମମତାଙ୍କୁ ଶକ୍ତ ଝଟକା : ବିଜେପିରେ ସାମିଲ ହେଲେ ୧୦ ବିଧାୟକ, ଜଣେ ସାଂସଦଙ୍କ ସମେତ ପୂର୍ବତନ ମନ୍ତ୍ରୀ

Published By : Prameya-News7 Bureau | December 19, 2020 IST

କୋଲକାତା ୧୯/୧୨ : ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା । ମୋଟ ୧୦ ଜଣ ବିଧାୟକଙ୍କ ସମେତ ଜଣେ ସାଂସଦ ଏବଂ ଜଣେ ପୂର୍ବତନ ସାଂସଦ ବିଜେପିରେ ଯୋଗ ଦେଇଛନ୍ତି । ତେବେ କବେଳ ତୃଣମୂଳ କଂଗ୍ରେସରୁ ୫ଜଣ ବିଧାୟକ ଓ ଜଣେ ସାଂସଦ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଏତେ ସଂଖ୍ୟକ ନେତା ଦଳ ଛାଡିବା ପରେ ଟିଏମସିରେ ଯେ ପ୍ରବଳ ବିଦ୍ରୋହ ଜାରି ରହିଛି ତାହା ସ୍ପଷ୍ଟ ଜଣାପଡୁଛି ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅନେକ ତୃଣମୂଳ କଂଗ୍ରେସ ନେତା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ମେଦିନିପୁରରେ ଅନୁଷ୍ଠିତ ସଭାରେ ଟିଏମସି ସମେତ, ସିପିଆଇ ଏବଂ କଂଗ୍ରେସରୁ ଇସ୍ତଫା ଦେଇଥିବା ୧୦ ଜଣ ବିଧାୟକ, ଜଣେ ସାଂସଦ ଏବଂ ଜଣେ ପୂର୍ବତନ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି ।

ଟିଏମସିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ବିଧାୟକମାନେ ହେଲେ ଶୁଭେନ୍ଦୁ ଅଧିକାରୀ, ବନଶ୍ରୀ ମାଇଟି, ସିଲଭଦ୍ରଡା ଦତ୍ତ, ବିଶ୍ବଜିତ କୁଣ୍ଡୁ, ଶୁକ୍ର ମୁଣ୍ଡା ଏବଂ ସାଇକଟ ପାଞ୍ଜା । ବିଧାୟିକା ଦିପାଳୀ ବିଶ୍ବାସ ଯିଏକି ୨୨୦୧୬ରେ ସିପିଆଇ ପ୍ରାର୍ଥୀଭାବେ ନିର୍ବାଚନ ଲଢି ବଜୟୀ ହୋଇଥିଲେ ଏବଂ ପରେ ୨୦୧୮ରେ ଟିଏମସିରେ ଯୋଗ ଦେଇଥିଲେ, ସେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ସିପିଆଇରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ବିଧାୟକମାନେ ହେଲେ ତାପସୀ ମଣ୍ଡଳ ଏବଂ ଅଶୋକ ଡିଣ୍ଡା । ତା ସହିତ କଂଗ୍ରେସରୁ ପୁରୁଲିଆ ବିଧାୟକ ସୁଦୀପ ମୁଖାର୍ଜୀ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।  

ଟିଏମସିର ବର୍ଦ୍ଧମାନ ସାଂସଦ ସୁନୀଲ ମଣ୍ଡଳ ଏବଂ ପୂର୍ବତନ ସାଂସଦ ଦଶରଥ ତିର୍କୀ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହାବାଦ୍ ପୂର୍ବତନ ମନ୍ତ୍ରୀ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଅନେକ ଜିଲ୍ଲାସ୍ତରୀୟ ନେତା ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.