Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନାର ଦ୍ୱିତୀୟ ଲହର ନେଲା ୨୨.୭ ନିୟୁତ ଭାରତୀୟଙ୍କ ଚାକିରୀ, ଏବେ ସୁଦ୍ଧା କୋଟିଏ ଲୋକ ବେକାର

2/06/2021 at 3:47 PM

ନୂଆଦିଲ୍ଲୀ, ୦୨/୦୬: ଭାରତରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରଥମ ଲହର ଠାରୁ ଏହା ଆହୁରି ମାରାତ୍ମକ ହୋଇଥିବା ବେଳେ ଅନେକ ଲୋକଙ୍କ ଚାକିରୀ ଏହି ସମୟରେ ଯାଇଛି । ଦୁଇ ମାସ ଭିତରେ ଲକ୍ଷ ଲକ୍ଷ ଲୋକ ଚାକିରୀ ହରାଇ ଏବେ ଘରେ ବସିଛନ୍ତି ।

ଭାରତୀୟ ଅର୍ଥନୀତି ଅନୁଶୀଳନ କେନ୍ଦ୍ରର ମୁଖ୍ୟ ମହେଶ ବ୍ୟାସ ଏନେଇ କହିଛନ୍ତି ଯେ, ଦ୍ୱିତୀୟ ଲହର ଆସିଥିବା ଏପ୍ରିଲ୍‌ ଏବଂ ମେ ମାସରେ ପାଖାପାଖି ୨୨.୭ ମିଲିୟନ ଲୋକ ଚାକିରୀ ହରାଇଛନ୍ତି । ଖବର ସରହବରାହ ସଂସ୍ଥା ଏଏନ୍‌ଆଇର ରିପୋର୍ଟ ମୁତାବକ ସରା ଦେଶରେ ଚାକିରୀ ସଂଖ୍ୟା ୪ ଶହ ମିଲିୟନ । ଏଥି ମଧ୍ୟରୁ କରୋନାର ଦ୍ୱିତୀୟ ଲହରରେ ୨୨.୭ ମିଲିୟନ୍‌ ଲୋକ ଚାକିରୀ ହରାଇଛନ୍ତି ।

ଗତ ସପ୍ତାହରେ ଶ୍ରୀ ବ୍ୟାସ ପିଟିଆଇକୁ କହିଥିଲେ ଯେ, କରୋନା ଆରମ୍ଭ ହେବା ଠାରୁ ପାଖାପାଖି ୯୭ ପ୍ରତିଶତ ଲୋକ ଯେଉଁମାନେ କି ଘରେ ରହି ରୋଜଗାର କରୁଥିଲେ ସେମାନେ ଏବେ ରୋଜଗାରହୀନ । ଗତ ମାସ ଅର୍ଥାତ ମେ ରେ ଏହା ୧୨ ପ୍ରତିଶତ ଥିବା ବେଳେ ଏପ୍ରିଲ୍‌ ମାସରେ ୮ ପ୍ରତିଶତ ଲୋକ ଚାକିରୀ ହରାଇ ଥିବା ପିଟିଆଇକୁ ସେ କହିଥିଲେ । ଏଥି ସହିତ କୋରନା କାଳରେ ପାଖାପାଖି ୧୦ ମିଲିୟନ୍‌ ଅର୍ଥାତ ୧ କୋଟି ଲୋକ ସେମାନଙ୍କର ଚାକିରୀ ହରାଇ ବେକାରୀ ହୋଇଛନ୍ତି ।

   Related Posts