Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପୋଲିସ ଏନ୍‌କାଉଣ୍ଟରରେ ୧୦ ମାଓବାଦୀ ମୃତ

7/02/2019 at 2:40 PM

ମାଲକାନଗିରି ୭|୨ ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ଭୈରବଗଡ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ୧୦ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଗୁଇନ୍ଦା ସୂଚନା ଆଧାରରେ ମାଓକ୍ୟାମ୍ପ ଉପରେ ସୁରକ୍ଷାକର୍ମୀ ଚଢାଉ କରିଥିଲେ । ଏଥିରେ ୧୦ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ପୋଲିସ ୧୧ଟି ବନ୍ଧୁକ, ଗୋଟିଏ ରିଭଲଭଲ ଓ ଗୋଟିଏ ଆଇଇଡି ଜବତ କରିଛି । ମୃତ ମାଓବାଦୀଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଭୈରବଗଡ ଥାନାରୁ ପ୍ରାୟ ୨୨କିଲୋମିଟର ଦୂର ବୋର୍କା ତାକିଲୋରୋଡ ଗାଁ ନିକଟରେ ମାଓକ୍ୟାମ୍ପ ଚାଲିଥିବା ସୂଚନା ମିଳିଥିଲା । ସୂଚନା ଆଧାରରେ ଏସଟିଏଫ୍ ଓ ଡିଆରଜି ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଦିନ ୧୧ଟା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ମୃତ୍ୟୁ ନେଇ ବିଜାପୁର ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି । ଜଙ୍ଗଲ ଭିତରୁ ମାଏବାଦୀଙ୍କ ମୃତଦେହକୁ ଅଣାଯାଉଛି । ଗୁଳିବିନିମୟ ସମୟରେ କୌଣସି ସୁରକ୍ଷାକର୍ମୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ ।

   Related Posts