ମାଓ ସଂଗଠନକୁ ବଡ ଝଟ୍‌କା, ଆତ୍ମସମର୍ପଣ କଲେ ୧୦ ଦୁର୍ଦ୍ଦାନ୍ତ ମାଓବାଦୀ

Published By : Prameya-News7 Bureau | December 12, 2020 IST

ମାଲକାନଗିରି ୧୨।୧୨: ମାଓ ସଂଗଠନରୁ ଅତିଷ୍ଠ ହୋଇ ଆତ୍ମସମର୍ପଣ କଲେ ୧୦ ଦୁର୍ଦ୍ଦାନ୍ତ ମାଓବାଦୀ । ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ପୋଲିସ ନିକଟରେ ୧୦ ଜଣ ହାର୍ଡକୋର୍ ନକ୍ସଲ ଆତ୍ମସମର୍ପଣ କରିଥିବା ଜିଲ୍ଲା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ୧୦ଜଣଙ୍କ ମଧ୍ୟରୁ ବୋମାନ ସୋରୀ ନାଁରେ ୮ଲକ୍ଷ ଟଙ୍କାର ପୁରସ୍କାର ଥିଲା ।

ସୂଚନା ଅନୁସାରେ ବୋମାନ ସୋରୀ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ସେ ବିଜାପୁର ଜିଲ୍ଲାରେ ଅନେକ ଯବାନମାନଙ୍କୁ ଟାର୍ଗେଟ୍ କରି ବିସ୍ଫୋରକ ଖଞ୍ଜିଥିଲେ । ଏହା ସହିତ ପାମୁଲୱା ୨୦୦୭ ଏବଂ  ତାଡେକେଲ ୨୦୦୮ ମସିହାର ଆକ୍ରମଣର ଯେଉଁଥିରେ ୬ ଜଣ ଯବାନ, ୬ ଜଣ ପୋଲିସ ସହିଦ ହୋଇଥିଲେ ସେଥିରେ ସଂପୃକ୍ତ ଥିଲେ । କେବଳ ସେତିକି ନୁହେଁ କିଛି ମାସ ଧରି ଗଙ୍ଗାଲୁର ଅଞ୍ଚଳରେ ୧୪ଜଣ ଅଧିବାସୀ ଲୋକଙ୍କୁ ସେ ହତ୍ୟା ମଧ୍ୟ କରିଥିବା ପୋଲିସ ସୂଚନା ଦେଇଛି ।

ସେମାନଙ୍କ ମଧ୍ୟରୁ ନନ୍ଦରାମ୍ ସୋରୀଙ୍କ ନାଁରେ ଏକାଧିକ ମାମଲା ଥିଲା । ସେ ୨୦୦୮ ମସିହାରେ ଭାରତୀୟ ବାୟୁସେନା ହେଲିକାପ୍ଟର ଫାଇରୀଙ୍ଗ ଯେଉଁଥିରେ ଜଣେ ପାଇଲଟ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା ସେ ଘଟଣାରେ ସଂପୃକ୍ତ ଥିଲେ । ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଭୀମା ମଣ୍ଡାଭି ଯିଏକି ବିଜେପି ବିଧାୟକଙ୍କ ସମେତ ୩ ଜଣ ଯବାନଙ୍କୁ ହତ୍ୟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.