ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପୂର୍ବରୁ ICC ହଲ ଅଫ୍‌ ଫେମ୍‌ ଘୋଷଣା, ସାମିଲ ହେଲେ ୫ ପିଢିର ୧୦ କିମ୍ବଦନ୍ତୀ କ୍ରିକେଟର

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ ୧୦/ ୦୬ : ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC) ଆଉ ଏକ ପରମ୍ପରା ସୃଷ୍ଟି କରିବାକୁ ଯାଉଛି । ୫ ପିଢିର ୧୦ ଜଣ କିମ୍ବଦନ୍ତୀ କ୍ରିକେଟରଙ୍କୁ ହଲ୍ ଅଫ୍‌ ଫେମ୍‌ ରେ ସାମିଲ କରିବାକୁ ଯାଉଛି ଆଇସିସି । ଏହି ୧୦ ଜଣ ମହାନ କ୍ରିକେଟରଙ୍କୁ ମିଶାଇ ହଲ୍‌ ଅ‌ଫ୍‌ ଫେମ୍‌ ରେ ସାମିଲ ହୋଇଥିବା କ୍ରିକେଟରଙ୍କ ସଂଖ୍ୟା ୧୦୩ ହୋଇଯିବ । ଏ ନେଇ ଗୁରୁବାର ବିଶେଷ ସଂସ୍କରଣ ଘୋଷଣା କରିଛି ଆଇସିସି ।
ପ୍ରଥମ କରି ହେଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ପୂର୍ବରୁ ଏହା ଘୋଷଣା କରିିଛି ଆଇସିସି । ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଇଂଲଣ୍ଡର ସାଉଥଆମ୍ପଟନରେ ଖେଳାଯିବ । ନ୍ୟଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଜୁନ ୧୮ରୁ ୨୨ ଯାଏଁ ଖେଳାଯିବ ଏହି ହାଇ ଭୋଲଟେଜ ମ୍ୟାଚ।
ତେବେ ଏହାର ଠିକ ପୂର୍ବରୁ ଆଇସିସି ହଲ୍‌ ଅଫ୍‌ ଫେମ୍‌ ଘୋଷଣା କରାଯାଇଛି । ମୋଟ ୧୦ ଜଣ କିମ୍ବଦନ୍ତୀ କ୍ରିକେଟରଙ୍କୁ ଏଥିରେ ସାମିଲ କରାଯାଇଛି । ଏହା ପୂର୍ବରୁ ୯୩ ଜଣ କ୍ରିକେଟର ହଲ୍‌ ଅଫ୍‌ ଫେମ୍‌ ରେ ସାମିଲ ଥିଲେ । ଗୁୁରୁବାର ଘୋଷଣା ହୋଇଥିବା ୧୦ ଜଣ ମହାନ ଖେଳାଳୀଙ୍କ ମଧ୍ୟରୁ ପ୍ରତି ପିଢିରୁ ୨ ଜଣ ଲେଖାଏଁ ସାମିଲ ଅଛନ୍ତି ।
ଏହି ଖେଳାଳିମାନଙ୍କ ନାଁ ବର୍ତ୍ତମାନ ଘୋଷଣା କରାଯାଇନାହିଁ । ସେମାନଙ୍କ ନାଁ ଆଇସିସି ଡିଜିଟାଲ ମିଡିଆ ଚ୍ୟାନେଲରେ ଆସନ୍ତା ଜୁନ ୧୩ ତାରିଖରେ ଘୋଷଣା କରାଯିବ । ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC)ର ଅଧିକାରୀ ଜୋଫ୍‌ ଅଲାରଡାଇସ କହିଛନ୍ତି, 'ସାଉଥଆମ୍ପଟନରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ଫାଇନାଲ ପୂର୍ବରୁ ୧୦ ଜଣ ଦିଗ୍ଗଜ ଖେଳାଳୀଙ୍କୁ ଆଇସିସି ହଲ୍‌ ଅଫ୍‌ ଫେମ୍‌ ରେ ସାମିଲ କରାଯିବା ଆମ ପାଇଁ ଏକ ଗର୍ବର ବିଷୟ । ଏହି ୫ ଯୁଗର ଖେଳାଳୀ ମାନେ ଯେଉଁମାନେ କି ୧୯୧୮ ମସିହା ପୂର୍ବରୁ, ବିଶ୍ବଯୁଦ୍ଧ ସମୟ ୧୯୧୮ ରୁ ୧୯୪୫, ଯୁଦ୍ଧ ପରର ପିଢି ୧୯୪୬-୧୯୭୦, ଓ୍ବାନଡେ ଯୁଗ ୧୯୭୧-୧୯୯୫ ଏବଂ ଆଧୁନିକ ଯୁଗ ୧୯୯୬ -୨୦୧୬ ମଧ୍ୟରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.