ଟୋଲ ଗେଟ ମ୍ୟାନେଜରଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ : ଥାନାରେ ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya-News7 Bureau | May 29, 2021 IST

ଚଣ୍ଡୀଖୋଲ ୨୯/୫ : ଟୋଲ ଗେଟ ମ୍ୟାନେଜରଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ । ଏନେଇ ଥାନାରେ ଏତଲା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଘଟଣା ଘଟିଛି ଯାଜପୁର ଜିଲ୍ଲା ଶ୍ରୀରାମ ପୁର ଟୋଲ ଗେଟରେ । ମ୍ୟାନେଜର ଜ୍ୟୋତି ରଞ୍ଜନ ଦାସ ବାତ୍ୟା ପୂର୍ବ ଦିନ ୨୫ ତାରିଖ ଦିନ ରାତିରେ ବାତ୍ୟା ପୂର୍ବରୁ ଟୋଲ ଗେଟ ଗୃହଠି ଅସୁରକ୍ଷିତ ଥିବାରୁ ୧୦ଲକ୍ଷ ଟଙ୍କା ନେଇ ଅନ୍ୟ ଏକ ଟୋଲଗେଟକୁ ଯାଉଥିଲେ ।

wp:gallery {"ids":[458581],"linkTo":"none"} /wp:gallery

କଣ୍ଟିଗଡ଼ିଆ ଛକ ନିକଟରେ କିଛି ଦୁର୍ବୃତ୍ତ ଗାଡିକୁ ପିଛା କରି ଆସି ସେଠାରେ ଗାଡିକୁ ଅଟକାଇବା ସହ ଟୋଲ ଗେଟ ମ୍ୟାନେଜର ଙ୍କୁ ଆକ୍ରମଣ କରିଥିଲେ । ଆଉ ତାଙ୍କ ପାଖରେ ଥିବା ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି । ଏ ନେଇ ମ୍ୟାନେଜର ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଘଟଣା କୁ ୩ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ତ ହେବୁ ବୋଲି ଟୋଲ ଗେଟ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.