ଭାରତରେ ୧୦ ଲକ୍ଷ ଲୋକଙ୍କୁ ଦିଆଯାଇଛି ଟିକା, ଟାର୍ଗେଟ୍ ହାସଲରେ ଆମେରିକା ଓ ଇସ୍ରାଏଲଠୁ ଆଗରେ

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ, ୨୨|୦୧:  ଭାରତରେ କରୋନା ଭାଇରସ ମହାମାରୀ ବିରୋଧରେ ଜାନୁଆରୀ ୧୬ରୁ ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହୋଇସାରିଛି । ଭାରତରେ ଟିକାକରଣ ଆରମ୍ଭ ହେବାକୁ ୭ଦିନ ବିତିଲାଣି । ଏବେସୁଦ୍ଧା ପ୍ରାୟ ୧୦ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯାଇସାରିଛି । ଏହାପୂର୍ବରୁ ଆମେରିକା ସବୁଠାରୁ ଦ୍ରୁତ ବେଗରେ ଟିକାକରଣ କରିଥିଲା । ୧୦ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଆମେରିକାରେ ୧୦ ଦିନ ଲାଗିଥିଲା । ଇସ୍ରାଏଲ ମଧ୍ୟ ୧୦ ଦିନ ସମୟ ନେଇଥିଲା । କିନ୍ତୁ ଭାରତ ମାତ୍ର ୬ ଦିନରେ ଏହି ଟାର୍ଗେଟ୍ ପୂରଣ କରିଛି ।

ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଘନାନୀ କହିଛନ୍ତି ଯେ, ଜାନୁଆରୀ ୨୧ ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ମୋଟ ୯.୯୯,୦୬୫ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇ ସାରିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ୭.୮୬ ଲକ୍ଷଙ୍କୁ ଭାକସିନର ପ୍ରଥମ ଡୋଜ୍ ପ୍ରଦାନ କରାଯାଇଥିଲା । କାହାଠାରେ ମଧ୍ୟ ଗୁରୁତର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିନାହିଁ ।

ଟିକାକରଣ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଟିକା ନେଲେ ମଧ୍ୟ ଲୋକମାନେ କରୋନା ଗାଇଡ୍ ଲାଇନ୍ ପାଳନ କରିବା ଦରକାର ।

ଭାକସିନର ଦୁଇଟି ଡୋଜ୍ ନେବା ପରେ କୋଭିଡ-୧୯ ଆକ୍ରାନ୍ତଙ୍କ ଦେଖାରଖା କରିପାରିବେ । ତେଣୁ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଭାକସିନ୍ ଦିଆଯାଉଛି । କରୋନାର ନୂଆ ଷ୍ଟ୍ରେନ୍ ଆସିବା ପରେ ଟିକା ନେଲେ ବି ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.