ଯଦି ଦିନକୁ ୧୦ ଲକ୍ଷ ଲୋକଙ୍କୁ ଭ୍ୟାକସିନ୍ ଦିଆଯାଏ ତା'ହେଲେ ପୁରା ଦେଶରେ ଟୀକାକରଣ ପାଇଁ କେତେ ବର୍ଷ ଲାଗିବ ?

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨/୦୭ : ଯେମିତି ଦିନ ଗଡି ଗଡି ଚାଲିଛି ଭ୍ୟାକସିନ ପ୍ରତି ଆଶା ବଢି ବଢି ଚାଲିଛି | ଅକ୍ସଫୋର୍ଡ ୟାନିଭର୍ସିଟି ମଙ୍ଗଳବାର ଦିନ ଭ୍ୟାକସିନର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହୋଇଥିବା ଦାବି କରିଛି | ଅକ୍ସଫୋର୍ଡ ୟୁନିଭର୍ସିଟି କହିଛି ଯେ ଖୁବ ଶୀଘ୍ର ଭ୍ୟାକସିନ ଲଞ୍ଚ କରାଯିବ | ଇତି ମଧ୍ୟରେ କରୋନା ଭ୍ୟାକସିନକୁ ନେଇ ବଡ ଖବର ସାମ୍ନାକୁ ଆସିଛି | ପୁନେ ସ୍ଥତା ସିରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଭ୍ୟାକସିନ ତିଆରି କରୁଥିବା କମ୍ପାନୀ ସହ ମିଶି ଭ୍ୟାକସିନ ଉତ୍ପାଦନ ଆରମ୍ଭ କରିଛି | କମ୍ପାନୀ କହିଛି ଭ୍ୟାକସିନର କୋଟିଏ ଡୋଜ ପ୍ରସ୍ତୁତ କରିଛି ଏବଂ ଡିସେମ୍ବର ସୁଦ୍ଧା ଡୋଜ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଯିବ | 

ଭାରତରେ ଭ୍ୟାକସିନ କିଭଳି ସେନେଇ ପ୍ରଶ୍ନ ଉଠିଛି | ଭାରତର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଆଶଙ୍କା କରାଯାଉଛି ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ଭ୍ୟାକସିନ ପହଞ୍ଚିବାକୁ ବହୁତ ସମୟ ଲାଗିବ | ସିରମ ଇନଷ୍ଟିଚ୍ୟୁଟ କହିଛି ଯେ ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କରୋନା ଭ୍ୟାକସିନ ଦେବାକୁ ପାଖାପାଖି ୨ ବର୍ଷ ଲାଗିବ | ନୀତି ଆୟୋଗ କହିବାନୁଯାୟୀ, କରୋନାର ଅଲଗା ଅଲଗା ଭ୍ୟାକସିନର ଉପଲବ୍ଧତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ନୀତି ଆୟୋଗ ସଦସ୍ୟ ଡ.ଡିକେ ପାଲ କହିଛନ୍ତି ଯେ ଭ୍ୟାକସିନ ଲୋକଙ୍କ ପାଖକୁ କିଭଳି ପହଞ୍ଚାଯିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ସେ କହିଛନ୍ତି ଯେ ଅକ୍ସଫୋର୍ଡ ଓ ବୁହାନର ଭ୍ୟାକସିନ ପ୍ରାରମ୍ଭିକ ପରିଣାମ ଉତ୍ସାହଜନକ | ଦୁଇଟି ସ୍ବଦେଶୀ ଟୀକା ଦେଶରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି |

ଭ୍ୟାକସିନ ଲୋକଙ୍କ ନିକଟକୁ ପହଞ୍ଚାଇବା ଏକ ଚ୍ୟାଲେଞ୍ଜ | ଏହା ଉପରେ ପାଟଣା ଏମ୍ସର ଡ.ସିଏମ କହିଛନ୍ତି ଯେ ଦେଶର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟକ ବ୍ୟକ୍ତିଙ୍କ ପାଖରେ ଭ୍ୟାକସିନ ପହଞ୍ଚାଇବା ଏକ ଚ୍ୟାଲେଞ୍ଜ | ଭ୍ୟାକସିନ ଉତ୍ପାଦନ ପାଇଁ ଅସୁବିଧା ହେବ ନାହିଁ | ଭ୍ୟାକସିନ ପହଞ୍ଚାଇବା ପାଇଁ ଏକ ସିଷ୍ଟମ ଆଗରୁ ଅଛି | ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗାଁକୁ ଭ୍ୟାକସିନ ପହଞ୍ଚାଯିବ |

ଆମ ଦେଶର ଜନସଂଖ୍ୟା ପାଖାପାଖି ୧୩୫ କୋଟି | ସମସ୍ତଙ୍କ ଟୀକାକରଣ ପାଇଁ ବହୁତ ବଡ ସ୍ଥରରେ ଅଭିଯାନ ଚଳାଇବାକୁ ପଡିବ | ତାଲିକା ଅନୁଯାୟୀ, ଦିନକୁ ୧୦ ଲକ୍ଷ ଜନତାଙ୍କୁ କରୋନା ଭ୍ୟାକସିନ ପହଞ୍ଚାଇଲେ ୧୩୫୦ ଦିନ ଲାଗିବ | ୧୩୫୦ ଦିନ ଅର୍ଥାତ ପାଖାପାଖି ୪ବର୍ଷ | ଅର୍ଥାତ ପୁରା ଦେଶରେ ଟୀକାକରଣ ପାଇଁ ୪ ବର୍ଷ ଲାଗିବ | ଏହିଭଳି ପରିସ୍ଥିତିରେ ସିରମ ଇନଷ୍ଟିଚ୍ୟୁଟ ଦୁଇ ବର୍ଷରେ ଭ୍ୟାକସିନେସନର ଦାବି ଉପରେ ପ୍ରଶ୍ନ ଉଠିଛି | ସିରମ ଇନଷ୍ଟିଚ୍ୟୁଟ ଅନୁସରେ କରୋନା ଭ୍ୟାକସିନ ମୂଲ୍ୟ ପାଖାପାଖି ହଜାରେ ଟଙ୍କା ହେବ | ପାଟଣା ଏମ୍ସ ଡ.ସିଏମ କହିଛନ୍ତି ଯେ ଭ୍ୟାକସିନର ଦାମ ହିସାବରେ ଭାରତର ଅଧିକାଂଶ ଜନତାଙ୍କ ପାଇଁ ଏହା ବହୁତ ମହଙ୍ଗା | ଏହିଭଳି ପରିସ୍ଥିତିରେ ସରକାର କିଛି ସାହାଯ୍ୟ କରିବେ କିମ୍ବା ଆଉ କୌଣସି ରାସ୍ତା ବାହାର କରିବେ ବୋଲି ଆଶା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.