ଦିଗପହଣ୍ଡି ଓ ରାଉରକେଲା ପରେ ରାୟଗଡାରେ କାରରୁ ୧୦ ଲକ୍ଷ ଟଙ୍କା ଜବତ, ୨ ଅଟକ

Published By : Prameya-News7 Bureau | March 28, 2019 IST

ରାୟଗଡା ୨୮|୩ : ରାୟଗଡାର ଚାନ୍ଦିଲି ଥାନା ଅନ୍ତର୍ଗତ କତାପେଟା ଅଂଚଳରୁ ଏକ ଇଣ୍ଡିଗୋ କାରରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ନିର୍ବାଚନ ଡ୍ୟୁଟିରେ ଥିବା ଫ୍ଲାଇଂ ସ୍କାର୍ଡ ଟଙ୍କା ଜବତ କରି ପୋଲିସକୁ ଙସ୍ତାନ୍ତର କରିଛି । ପୋଲିସ ଘଟଣା ସମ୍ପର୍କରେ ତନାଘନା ଆରମ୍ଭ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଟଙ୍କା କାରବାର ହେବାର ଆଶଂକା କହିଛି । ସେଥିପାଇଁ ଫ୍ଲାଇଂ ସ୍କାର୍ଡ ଗଠନ କରାଯାଇଛି । ଗୁଇନ୍ଦା ତଥ୍ୟ ଆଧାରରେ ଫ୍ଲାଇଂ ସ୍କାର୍ଡ ବିଭିନ୍ନ ସ୍ଥାନରେ ଚଢଉ କରୁଛି ।

{"id":97673}

ଆଜି ସକାଳେ ରାଉରକେଲାର ୨ଟି ସ୍ଥାନରୁ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିଲା । ରାଉରକେଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରି ଗୋଟିଏ କାର୍‌ରୁ ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି । ଗାଡିଟି ଆମ୍ବାଗାନ୍‌ ଛକରୁ ରାଉରକେଲା ଏୟାରପୋର୍ଟ ଆଡକୁ ଯାଉଥିବା ବେଳେ ଟଂକା ଜବତ ହୋଇଛି ।

{"id":97674}

ସେହିପରି ଅନ୍ୟ ଏକ ଗାଡିରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଗାଡିଟି କୁଆଁରମୁଣ୍ଡାରୁ ବୀରମିତ୍ରପୁର ଆଡକୁ ଯାଉଥିଲା । ଟଙ୍କା ଜବତ କରି ଅଧିକ ତଦନ୍ତ ଚଳାଇଛି ପୋଲିସ । ତେବେ ଏତେ ଟଙ୍କା କିଏ ଓ କାହିଁକି ନେଇକି ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆଗକୁ ନିର୍ବାଚନ ଥିବାରୁ ଏହି ଟଙ୍କା କୌଣସି ରାଜନୈତିକ ଦଳର ବୋଲି ଅନୁମାନ କରାଯାଉଛି ।

 

{"id":97675}

ସୂଚନାଯୋଗ୍ୟ ଯେ, ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ କାର୍ ଉପରେ ଚଢାଉ କରି ଫ୍ଲାଇଂ ସ୍କ୍ବାର୍ଡ ୩୫ଲକ୍ଷ ୩୬ହଜାର ଟଙ୍କା ଜବତ କରିଥିଲା । ଜବତ ଟଙ୍କା ଦୁଇଟି ସୁଟକେସ୍ ରେ ଭର୍ତ୍ତି ହୋଇ ରହିଥିଲା । ତହସିଲଦାର ନେତୃତ୍ବରେ ଫ୍ଲାଇଂ ସ୍କ୍ବାର୍ଡ ଟଙ୍କା ଜବତ କରିବା ପରେ ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ୪ଜଣଙ୍କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.