ମାସକ ଭିତରେ କଳାହାଣ୍ଡିକୁ ଫେରିଲାଣି ୧୦ ଦାଦନ ଶ୍ରମିକଙ୍କ ମୃତ ଦେହ, ଅନେକ ଅଛନ୍ତି ନିଖୋଜ: ଶ୍ରମ ବିଭାଗ ବେଫିକର

Published By : Prameya-News7 Bureau | December 13, 2018 IST

ଭବାନୀପାଟଣା୧୩|୧୨: ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଘରକୁ ଫେରୁଛି ରୋଜଗାରିଆ ମଣିଷର ମୃତଦେହ । ପୁଣି କିଏ ଦାଦନ ଖଟିବାକୁ ଯାଇଛି ଯେ ଯାଇଛି, ତାର ପତ୍ତା ନାହିଁ । ବର୍ଷେ ହେଲାଣି ନିଖୋଜ,ଏଯାଏଁକିଛି ଖୋଜ ଖବର ବି ନାହିଁ । ଦାଦନର ଦୁଃଖକୁ ନେଇ କଳାହାଣ୍ଡିରୁ ଦେଖିବା ଆମର ଏଇ ରିପୋର୍ଟ । 

{"id":63282}

ଭଲ ରୋଜଗାରଆଶାରେ ପୀତବାସ ଦୁର୍ଗା ଦାଦନ ଖଟିବାକୁ ଯାଇଥିଲେ ମହାରାଷ୍ଟ୍ର । ପାଲଘର ସରୋଜି ପଞ୍ଚାୟତରେ ଦିନମଜୁରିଆ ଭାବେ କାମ  କରୁଥିଲେ  ଭବାନୀପାଟଣା ଇଛାପୁର ଗାଁର ପୀତବାସ । ହେଲେ କାମ ବେଳେଆସିଲେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । ଠିକାଦାର ୧୦ ହଜାର ଟଙ୍କା ସହ ମୃତଦେହ ଘରକୁ ପଠାଇଦେଲା । ହେଲେ ରୋଜଗାରିଆ ମଣିଷଟି ଯିବା ପରେ ପତ୍ନୀ ଏବଂ ୫ ପିଲା ପୁରା ଅସହାୟ ।ସେପଟେ ଶ୍ରମ ବିଭାଗ ଠିକା ସଂସ୍ଥା ବିରୋଧରେ ମାମଲା ରୁଜୁ କରି ଚୁପ୍ ବସିଛି । 

{"id":63283}

କାମ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ହେଲେ ଯାଉଛନ୍ତି ଯେ ଯାଉଛନ୍ତି ଆଉ ପତ୍ତା ନାହିଁ । ଜିଲ୍ଲାର ଅନେକ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ ନିଖୋଜ । ଜୁନାଗଡ ପୁଝାରୀଗୁଡାର ସଦାଶିବ ମହାଲିଙ୍ଗଙ୍କ ପରିବାର । ସଦାଶିବ ଗତବର୍ଷ ଜୁଲାଇ ମାସରେ ଦାଦନ ଖଟିବାକୁ ଆନ୍ଧ୍ର ଯାଇଥିଲେ । ହଲେ ତାପରେ ତାଙ୍କ ଆଉ ଖୋଜ ଖବର ନାହିଁ । ପରିବାର ସଦସ୍ୟ ବର୍ଷକ ତଳୁ ନିଖୋକ ମାମଲା ରୁଜୁ କରିଛନ୍ତି । ହେଲେ ଏଯାଏଁ କିଛି ସୂଚନା ନାହିଁ । ମାସକ ଭିତରେ ଜିଲ୍ଲାକୁ ଆସିଲାଣି ୧୦ ଦାଦନ ଶ୍ରମିକଙ୍କ ମୃତ ଦେହ । ଯିଏ ତ ନିଖୋଜ ହେଉଛି ତାର ବି ପତ୍ତା ନାହିଁ ।  ଦାଦନ ଦୁଃଖର ଯେମିତି ଏଠି ଅନ୍ତ ନାହିଁ । ସରକାରଙ୍କ ଏତେ ଯୋଜନା ପରେ ବି ଲୋକେ କାମ ପାଇଁ ବାହାରକୁ ଯିବା ସତରେ ଉଦବେଗର ବିଷୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.