ନୂଆଦିଲ୍ଲୀ ୨୧|୧୨: ଆପଣଙ୍କ କଂପ୍ୟୁଟରର ତଥ୍ୟ ଉପରେ ସରକାରଙ୍କ ନଜର । ଯେକୌଣସି କଂପ୍ୟୁଟରକୁ ଯାଞ୍ଚ କରିବା ପାଇଁ ୧୦ଟି ତଦନ୍ତକାରୀ ସଂସ୍ଥାକୁ ସ୍ବତନ୍ତ୍ର କ୍ଷମତା ମିଳିଛି । ଗୃହ ମନ୍ତ୍ରଣାଳୟ ଏନେଇ ନିର୍ଦ୍ଦେଶ ଜାରି କରିଛି । କୌଣସି କଂପ୍ୟୁଟରରେ କଣ ତଥ୍ୟ ରହିଛି, କେଉଁ ତଥ୍ୟ ପଠାଯାଇଛି ବା ଆସିଛି ସେନେଇ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରିପାରିବେ । ଏହି ୧୦ଟି ସଂସ୍ଥା ଭିତରେ ଅଛନ୍ତି ଇଣ୍ଟେଲିଜେନସ୍ ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ରାଜସ୍ବ ଗୁଇନ୍ଦା ସଂସ୍ଥା ଏବଂ ଦିଲ୍ଲୀ ପୋଲିସ କମିଶନର । କେବଳ କଲ୍ ବା ଇ-ମେଲ୍ ନୁହେଁ, କଂପ୍ୟୁଟରରେ ଥିବା ସମସ୍ତ ପ୍ରକାର ଡାଟାକୁ ଯାଞ୍ଚ କରିବା ସହ କଂପ୍ୟୁଟରକୁ ମଧ୍ୟ ସିଜ୍ କରିପାରିବେ । ଆଇଟି ଆକ୍ଟ ଅନୁଯାୟୀ ଗୃହ ବିଭାଗ ତଦନ୍ତକାରୀ ସଂସ୍ଥାକୁ ଏହି ଅଧିକାର ଦେଇଛି । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କୁହା ଯାଇଛି ।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...