କଣ୍ଟାବାଞ୍ଝି ପୋଲିସ ଦ୍ବାରା ୧୦ ଆନ୍ତଃଜିଲ୍ଲା ବାଇକ୍ ଲୁଟେରା ଗିରଫ

Published By : Prameya-News7 Bureau | October 04, 2019 IST

ବଲାଙ୍ଗୀର ୪।୧୦: ବଲାଙ୍ଗୀର କଣ୍ଟାବାଞ୍ଝି ପୋଲିସ ୧୦ ଆନ୍ତଃଜିଲ୍ଲା ବାଇକ୍ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବଲାଙ୍ଗୀର ଏସପିଙ୍କ ତତ୍ତ୍ବାବଧାନରେ କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ରଙ୍କ ସହ କଣ୍ଟାବାଞ୍ଜି ଥାନା ଅଧିକାରୀ ବିଜୟ ନନ୍ଦ କର୍କରା, ଏସଆଇ ପ୍ରଣୟ ମୁର୍ମୁଙ୍କ ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିଛନ୍ତି ।

ଗତ କିଛି ମାସରୁ କଣ୍ଟାବାଞ୍ଜି ଓ ଆଖ ପାଖ ଅଞ୍ଚଳରେ ନିରନ୍ତର ବାଇକ୍ ଚୋରି ଘଟଣା ସାମ୍ନାକୁ ଆସିଲା ଓ କେତୋଟି ବାଇକ୍ ମଧ୍ୟ ଦିନ ସମୟରେ ଲୋକଙ୍କ ଭିଡ଼ ଭାଡ଼ ଥିବା ବଜାର ଓ ସହର ମୁଖ୍ୟ ବଜାରରୁ ଚୋରି ହୋଇଥିଲା ।

କଣ୍ଟାବାଞ୍ଝି ପୋଲିସ ଏନେଇ ଚୋରମାନକୁ ଧରିବା ପାଇଁ ନିଜର ଉଦ୍ୟମ ଆରମ୍ଭ ରଖିଥିଲେ  । ବଲାଙ୍ଗୀର  ଏସପିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ଲୁଟେରାଙ୍କ ସହ ଜଣେ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଏ ନେଇ ଏକ ପ୍ରେସମିଟରେ ବଲାଙ୍ଗୀର ଏସପି ସନ୍ଦୀପ ସମ୍ପଦ ସୂଚନା ଦେଇଛନ୍ତି ।ଗିରଫ ବାଇକ୍ ଚୋରମାନଙ୍କ ଠାରୁ ୨୫ ଟି ବାଇକ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା । ଗିରଫ ଅଭିଯୁକ୍ତ ମାନଙ୍କ ନାଁରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଅନେକ ଥାନାରେ ମାମଲା ଥିବା ପୋଲିସ ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.