ମାଙ୍କଡ କାମୁଡାରେ ୧୦ ଜଣ ଆହତ, କାବୁ କରିବାରେ ବନ ବିଭାଗ ଫେଲ୍

Published By : Prameya-News7 Bureau | May 18, 2021 IST

ଚଣ୍ଡିଖୋଲ ୧୮।୫: ମାଙ୍କଡ଼ କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ପଲେଇ ପଂଚାୟତରେ । କିଛି ଦିନ ହେବ ଏକ ମାଙ୍କଡ଼ ଆସି ପଂଚାୟତରେ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡୁଛି । ଯାହା ଫଳରେ କିଛି ଲୋକ ଆହତ ଓ ଗୁରୁତର ମଧ୍ୟ୍ୟ ହୋଇଛନ୍ତି । ମାଙ୍କଡ଼ଟି ଗାଁରେ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ନେଇ ସ୍ଥାନୀୟ ଲୋକେ ଚଣ୍ଡିଖୋଲ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ । ବନ ବିଭାଗ କର୍ମଚାରୀ ଗ୍ରାମରେ ପହଂଚି ମାଙ୍କଡ଼କୁ ଧରିବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ମାଙ୍କଡ଼କୁ ଧରିବାରେ ବିଫଳ ହୋଇଥିଲେ । ମାଙ୍କଡ଼ର ଏଭଳି ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ପଶିଯାଇଥିବା ବେଳେ ଆଗାମୀ ଦିନରେ ଖୁବ ଶୀଘ୍ର ମାଙ୍କଡ଼କୁ ଧରାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.