ବୋଲେରୋ-ବାଇକ୍‌ ମୁହାଁମୁହିଁ ଧକ୍କା, ୧୦ ଗୁରୁତର

Published By : Prameya-News7 Bureau | February 22, 2021 IST

ଅନୁଗୁଳ ୨୨।୦୨: ବୋଲେରୋ-ବାଇକ୍‌ ମୁହାଁମୁହିଁ । ଦୁର୍ଘଟଣାରେ ୧୦ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଅନୁଗୁଳ ଛେଣ୍ଡିପଦଜା ସେଣ୍ଢା ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।       

ଖବର ଅନୁଯାୟୀ,  ଛେଣ୍ଡିପଦା ବୁଢାପାଳ ରାସ୍ତାର ଟିକିରା ପୋଲ ନିକଟରେ ଚକା ଫାଟିଯିବାରୁ ବୋଲେରୋଟି ଏକ ବାଇକ୍ କୁ ଧକ୍କା ଦେଇଥିଲା ।ଯାହାଫଳରେ କି ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଛନ୍ତି । ବୋଲେରୋଟି ଛେଣ୍ଡିପଦାରୁ ଦେବଗଡ଼ ଅଭିମୁଖେ ଯାଉଥିବା ବେଳେ ଚକା ଫାଟି ଯାଇଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତଙ୍କ ଘର ଛେଣ୍ଡିପଦା ଥାନା ପାଟ୍ଟକୁମୁଣ୍ତା ଗାଁରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.