ନୟାଗଡ ଚଣ୍ଡିବସ୍ତ ଗାଁରେ ଗୋଷ୍ଠୀ ସଂଘର୍ଷ : ୧୦ ରୁ ଅଧିକ ଆହତ

Published By : Prameya-News7 Bureau | June 01, 2020 IST

ନୟାଗଡ ୧/୬: ନୟାଗଡ ଟାଉନ୍ ଥାନା ଅନ୍ତର୍ଗତ ଚଣ୍ଡିବସ୍ତ ଗାଁରେ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷର ୧୦ ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ମହିଳା , ବୃଦ୍ଧ ମଧ୍ୟ ରହିଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଗାଁର ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା ।

{"id":279379,"sizeSlug":"large"}

ଏଥିପାଇଁ ବିଭିନ୍ନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ରବିବାର ସନ୍ଧ୍ୟାରେ ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ନେଇ  ଗାଁର ଜୀବନ ବିଶ୍ବାଳ ଏବଂ ରମେଶ ପ୍ରଧାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟଙ୍କ ସମର୍ଥକମାନେ ସେମାନଙ୍କୁ ସମର୍ଥନ କରିବାରୁ ଘଟଣା ଉଗ୍ରରୂପ ଧାରଣ କରିଥିଲା ।

{"id":279380,"sizeSlug":"large"}

ଊଭୟ ଗୋଷ୍ଠୀର ଲୋକେ ଟେକାମାଡ କରିବା ସହ ଠେଙ୍ଗା, ବାଡି, ଖଣ୍ଡାରେ ପରସ୍ପରକୁ ଆକ୍ରମଣ କରିଥିଲେ । ଘଟଣା ପରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଗାଁରେ ପୋଲିସ ମୁତୟନ ହୋଇଛନ୍ତି । ନିଜେ ଏସ୍.ପି. ଘଟଣାର ସମୀକ୍ଷା କରିଛନ୍ତି । ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସ୍.ପି. କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.