ବାଇକ୍‌କୁ ଧକ୍କା ଦେଇ ଓଲଟିଲା ବସ୍, ୧୦ ଯାତ୍ରୀ ଆହତ

Published By : Prameya-News7 Bureau | October 22, 2019 IST

ଡେଲାଙ୍ଗ ୨୨।୧୦: ବାଇକକୁ ଧକ୍କା ଦେଇ ଓଲଟିପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":173040}

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ସତ୍ୟବାଦୀ ନିକଟ ବୀରଗୋବିନ୍ଦପୁର ଛକରେ ସଡକ ଦୁର୍ଘଟଣା ହୋଇଛି । ପୁରୀରୁ ଭୁବନେଶ୍ବର ଯାଉଥିବା ଶ୍ରୀଦୁର୍ଗା ବସ୍ ବାଇକ୍ କୁ ଧକ୍କା ଦେବା ପରେ ଓଲଟିପଡିଛି । ଉଭୟ ବସ୍ ଓ ବାଇକ୍ ପୁରୀରୁ ଭୁବନେଶ୍ବର ଯାଉଥିଲେ ।

{"id":173041}

ବସ୍‌କୁ ବାଇକ୍ ଓଭରଟେକ୍ କରିବାରୁ ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇ ବସ୍ ଓଲଟି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.