ଓଲଟିଲା ବରଯାତ୍ରୀ ଗାଡି, ୧୦ ଆହତ

Published By : Prameya-News7 Bureau | April 13, 2019 IST

ଭଣ୍ଡାରିପୋଖରୀ ୧୩|୪: ବରଯାତ୍ରୀ ବୋଲେରୋ ଓଲଟି୧୦ ଜଣ ଆହତ ହୋଇଛନ୍ତି । ୧୬ନମ୍ବର ଜାତୀୟରାଜପଥର ଭଣ୍ଡାରିପୋଖରୀ ପାଳଦାବାଙ୍କ  ନିକଟରେ ବୋଲେରୋଟି ଭାରସାମ୍ୟ  ହରାଇ ଓଲଟିପଡିଥିଲା ।

{"id":103157}

ବୋଲେରୋ ଆଗକୁ ଗୋରୁ ଆସିଯିବାରୁ ଭାରସାମ୍ୟ ହରାଇ ଓଲଟି ଥିବା ସୂଚନା ମିଳିଛି । ବରଯାତ୍ରୀମାନେ ସିମୁଳିଆରୁ ପାଣିକୋଇଲି ଯାଉଥିଲେ । ଆହତମାନଙ୍କୁ ଭଣ୍ଡାରିପୋଖରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ଆହତ ହୋଇଥିବା ଅଧିକାଂଶ ମହିଳା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.