ରାଜନୈତିକ କମେଣ୍ଟ ମରାକୁ ନେଇ ଚାନ୍ଦବାଲି ବୁରୁଜାଲ ଗାଁରେ ଗୋଷ୍ଠୀ ସଂଘର୍ଷ ; ଉଭୟ ଗୋଷ୍ଠୀର ୧୦ ଜଣ ଆହତ

Published By : Prameya-News7 Bureau | November 20, 2018 IST

ଭଦ୍ରକ ୨୦|୧୧:  ରାଜନୈତିକ କମେଣ୍ଟ ମରାକୁ ନେଇ ଚାନ୍ଦବାଲି ବୁରୁଜାଲ ଗାଁରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଉଭୟ ଗୋଷ୍ଠୀର ୧୦ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର । ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ବିଜେପି ଜନ ସମାବେଶରୁ ଫେରି ଗାଁକୁ ଯିବା ବେଳେ କମେଣ୍ଟ ମରାକୁ ନେଇ ବିଜେଡି ସମର୍ଥକଙ୍କ ସହ ମୁହାଁମୁହିଁ ହୋଇଥିଲେ । ସଙ୍ଗେ ସଙ୍ଗେ ଅଟୋ ଏବଂ ଘରଦ୍ବାର ଭଙ୍ଗାରୁଜା ସହ ଢେଲାପଥର ମାଡ଼ ହୋଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବୁରୁଜାଲ ଗାଁରେ ଗୋଟେ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.