ପ୍ରବାସୀ ଓଡିଆଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ୧୦ ଆହତ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 14, 2020 IST

ଅନୁଗୋଳ ୧୪।୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନୁଗୋଳ ଜିଲ୍ଲା ଠାକୁରମୁଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁବାର ଭୋରୁ ଭୋରୁ ଗାଡ଼ିଟି ଏକ ଗଛରେ ପିଟି ହୋଇଯିବା ଫଳରେ ଦୁର୍ଘଟଣା ହୋଇଛି ।

{"id":269616,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପ୍ରଦେଶ ପଲାସାରୁ ୨୦ ଜଣ ଶ୍ରମିକ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଶ୍ରମିକମାନେ ପଲାସାରୁ ଚାଲି ଚାଲି ବୌଦ୍ଧକୁ ଆସିବା ପରେ ସେଠାରୁ ଏକ ଗାଡ଼ି କରି କେନ୍ଦୁଝର ଫେରୁଥିଲେ । ଅନୁଗୋଳ ଜିଲ୍ଲା ଠାକୁରମୁଣ୍ଡା ନିକଟରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡିରେ ଥିବା ଶ୍ରମିକଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି ।

{"id":269617,"sizeSlug":"large"}

ଆହତ ହୋଇଥିବା ସମସ୍ତଙ୍କୁ ଅନୁଗୋଳ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ତେବେ ଲକ୍ ଡାଉନ୍ ଯୋଗୁଁ ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକମାନେ ବିଭିନ୍ନ ଉପାୟରେ ରାଜ୍ୟକୁ ଫେରୁଛନ୍ତି । କିଏ ଚାଲି ଚାଲି ଫେରୁଛି ତ କିଏ କିଏ ଟ୍ରକ୍ କିମ୍ବା ବସ୍‌ରେ ଲୁଚିଛପି ଫେରୁଛନ୍ତି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.