ଅଜଣା ଜନ୍ତୁ ଆକ୍ରମଣରେ ୧୦ ଆହତ, ୪ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 30, 2021 IST

ସୋର ୩୦।୧୧: ବାଲେଶ୍ବର ଜିଲ୍ଲା ସୋର ବାହାନଗା ବ୍ଲକ ଖରାସାହାପୁର ଏବଂ ଅଭଣା ଅଞ୍ଚଳରେ ଦୁଇ ଦିନ ଧରି ଏକ ଅଜଣା ଜନ୍ତୁ ଆତଙ୍କ ଚଳାଇଛି । ୧୦ରୁ ୧୨ ଜଣଙ୍କୁ କାମୁଡି ଗୁରୁତର କରିଥିବା ବେଳେ ୨ ଜଣ ବାଲେଶ୍ବର ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ୨ ଜଣ ସୋର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଅଭଣା ପଂଚାୟତର ବୁଲୁ ବିଶ୍ବାଳ ବିଲରେ ଧାନ କାଟୁଥିବା ସମୟରେ ଏହି ଅଜଣା ଜନ୍ତୁଟି ତାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କ ହାତ, ଗୋଡ଼ ଏବଂ ଜଙ୍ଘରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ବେଳେ ତାଙ୍କୁ ସେଠାରୁ ତୁରନ୍ତ ସୋର ମେଡିକାଲକୁ ଅଣାଯାଇଥିଲା । ସେହିପରି ରମଧା ଗ୍ରାମରେ ୨ ଜଣ ବାଳିକା ବିଲକୁ ଯାଉଥିବା ସମୟରେ ଏହି ଜନ୍ତୁଟି ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଅଞ୍ଚଳର ୧୦ରୁ ୧୨ ଜଣଙ୍କୁ ଅଜଣା ଜନ୍ତୁଟି କାମୁଡି ଗୁରୁତର କରିଥିବା ବେଳେ ସମ୍ପୂର୍ଣ୍ଣ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ବନ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.