୧୦ ଇଣ୍ଡୋନେସିଆ ନାଗରିକଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା : ତବଲିଗି ଲିଙ୍କ ଯୋଗୁଁ ଅଟକାଇଥିଲା ମୁମ୍ବାଇ ପୋଲିସ

Published By : Prameya-News7 Bureau | April 28, 2020 IST

ମୁମ୍ବାଇ ୨୮/୦୪ : ନିକଟରେ ବାନ୍ଦ୍ରା ପୋଲିସ ୧୦ ରୁ ୧୨ ଜଣ ଇଣ୍ଡୋନେସିଆ ନାଗରିକଙ୍କୁ ଗିରଫ କରିଥିଲା | ଏମାନେ ଦିଲ୍ଲୀ ନିଜାମୁଦ୍ଦିନ ଆୟୋଜନ ହୋଇଥିବା ତବଲିଗି ଜମାତରେ ଯୋଗ ଦେଇଥିଲେ | ଏହାପରେ ମାର୍ଚ୍ଚ ୨୩ ତାରିଖରେ ଦିଲ୍ଲୀରୁ ମୁମ୍ବାଇ ଯାଇଥିଲେ | ଖବର ପାଇବା ପରେ ପୋଲିସ ଏମାନଙ୍କୁ ଟ୍ରାସ କରିଥିଲା | ବାନ୍ଦ୍ରାର ଏକ କୋଠାରୁ ଏମାନଙ୍କୁ ଟ୍ରାକ କରି ଏକ ହୋଟେଲରେ କ୍ଵାରେଣ୍ଟାଇନ କରିଥିଲା | ଏମାନଙ୍କ ମଧ୍ୟରୁ ୨ ଜଣ କରୋନା ସଂକ୍ରମିତ ହୋଇଥିଲେ ଏବଂ ଏମାନଙ୍କୁ ମେ ୮ ତାରିଖ ଯାଏଁ କ୍ଵାରେଣ୍ଟାଇନ କରାଯାଇଛି | ଅନ୍ୟ ୧୦ ଜଣଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିବା ପରେ ଏମାନେ ପୋଲିସ ହେପାଜତରେ ଥିଲେ | ଏପ୍ରିଲ ୨୩ ତାରିଖରେ ଏମାନଙ୍କ ରିପୋର୍ଟ ଆସିଥିଲା | ୧୦ ଜଣଙ୍କ ମଧ୍ୟରୁ ୬ଜଣ ମହିଳା ଅଛନ୍ତି |

ଏହି ୧୨ ଜଣ ଲକଡାଉନ ନିୟମ ପାଳନ ନ କରି ଆଖପାଖରେ ଥିବା ମସଜିଦକୁ ଯାଇଥିଲେ | ଏଥିରୁ ଗୋଟିଏ ମସଜିଦ ଧାରାବୀରେ ଅଛି | ତେବେ ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ ହୋଇଛି |

ଏହି ଇଣ୍ଡୋନେସିଆ ନାଗରିକଙ୍କୁ ବାନ୍ଦ୍ରାରୁ ଟ୍ରାକ କରାଯିବ ପୂର୍ବରୁ ଏମାନେ ସହରର ୩ଟି ସ୍ଥାନକୁ ଯାଇଥିଲେ ଏବଂ ବୁଲାବୁଲି କରିଥିଲେ | ସହରର ବିଭିନ୍ନ ସ୍ଥାନରେ ଥିବା ମସଜିଦକୁ ଯାଇ ଏମାନେ ନମାଜ ପାଠ କରିଥିଲେ | ସେଥିପାଇଁ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୦୪, ୩୦୭ ଦଫାରେ ଏମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥିଲା | ତାଛଡା ନିୟମ ଉଲଙ୍ଘନ ମାମଲାରେ ଧାରା ୧୮୮ ଏବଂ ୨୬୯ ଧାରାରେ ମାମଲା ରୁଜ୍ଜୁ ହୋଇଛି |

ଏପ୍ରିଲ ପ୍ରଥମ ସପ୍ତାହରେ ୬ ଦମ୍ପତ୍ତିଙ୍କ ବିରୋଧରେ ବାନ୍ଦ୍ରା ପୋଲିସ ମାମଲା ରୁଜ୍ଜୁ କରିଥିଲା | ବାନ୍ଦ୍ରାରେ ଏହି ଦମ୍ପତ୍ତିଙ୍କୁ ନେଇ ରଖିଥିବା ବ୍ୟକ୍ତିକୁ ବର୍ତ୍ତମାନ ପୋଲିସ ଖୋଜୁଛି |

ଏହି ୬ ଦମ୍ପତ୍ତି ଟୁରିଷ୍ଟ ଭିସା ନେଇ ଭାରତକୁ ଆସିଥିଲେ | ମୁମ୍ବାଇ ପୋଲିସର ପ୍ରବକ୍ତା ଡିସିପି ପ୍ରଣୟ ଅଶୋକ କହିଛନ୍ତି ଯେ, ସମସ୍ତଙ୍କୁ କ୍ଵାରେଣ୍ଟାଇନ କରାଯାଇଥିଲା ଏବଂ ୧୦ ଜଣଙ୍କୁ ଗିରଫ କରାଯାଇଥିଲା | ଏହି ୧୦ ଜଣଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଏମାନଙ୍କୁ ଗିରଫ କରାଯାଇଥିଲା | ଏମାନଙ୍କୁ ହେପାଜତ ଅବଧି ମଙ୍ଗଳବାର ଦିନ ଶେଷ ହେବ | ଅବଧି ଶେଷ ହେବା ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଡିସିପି ପ୍ରଣୟ ଅଶୋକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.