ବଜେଟ୍-୨୦୨୧ : ନଜର ପକାନ୍ତୁ ଅର୍ଥମନ୍ତ୍ରୀଙ୍କ ୧୦ଟି ପ୍ରମୁଖ ଘୋଷଣା ଉପରେ...

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ,୦୧/୦୨:  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଚଳିତ ବଜେଟରେ ଅନେକ କ୍ଷେତ୍ରରେ ସଂସ୍କାର ଅଣାଯାଇଛି । ଆସନ୍ତୁ ନଜର ପକାଇବେ ପ୍ରମୁଖ ୧୦ଟି ଘୋଷଣା ଉପରେ ।

୧- କରୋନା ଭାକସିନ୍ ତିଆରି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା

୨- ଉଜ୍ଜ୍ୱଳା ଯୋଜନାରେ ଆଉ ୧ କୋଟି ଲୋକଙ୍କୁ ଯୋଡାଯିବ। 

୩- ସ୍ୱଚ୍ଛ ଭାରତ ମିଶନ ୨.୦ରେ ୨୦୨୧-୨୦୨୬ ମଧ୍ୟରେ ୧,୪୧,୬୭୮ କୋଟି ଟଙ୍କାର ଆବଣ୍ଟନ ହେବ ।

୪- ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା ହେବ । ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। 

୫- ଭାରତରେ ଆଗାମୀ ଦିନରେ ହେବାକୁ ଥିବା ଜନଗଣନା ସଂପୂର୍ଣ୍ଣ ଭାବେ ଡିଜିଟାଲ୍‌ ପଦ୍ଧତିରେ ହେବ ।

୬- ଦେଶରେ ୭ଟି ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବ । 

୭- ମୋବାଇଲ ଉପରେ ୨.୫ କଷ୍ଟମ ଡ୍ୟୁଟି ବା ବହିଃ ଶୁଳ୍କ ବଢାଯାଇଛି । 

୮- ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ବା ବହିଃ ଶୁଳ୍କ କମାଯାଇଛି । 

୯- ଇନ୍ସ୍ୟୁରାନ୍ସ ସେକ୍ଟରରେ ୭୪ ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ ମିଳିବ।

୧୦- ୭୫ବର୍ଷ ଓ ତାଠାରୁ ଅଧିକ ବୟସ୍କଙ୍କୁ ସୁଧ ଓ ପେନ୍‌ସନ୍‌ ଉପରେ ଆୟକର ଦେବାକୁ ପଡିବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.